ପୁରୀରେ କାଳବୈଶାଖୀ ପ୍ରଭାବ : ରଥଯାତ୍ରା ପୂର୍ବରୁ ଭୁଶୁଡ଼ି ପଡ଼ିଲା କମାରଶାଳ

Published By : Prameya-News7 Bureau | April 30, 2025 IST

ପୁରୀ ୩୦ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିଆରି ହୋଇଥିବା କମାରଶାଳରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ମଙ୍ଗଳବାର ରାତିରେ କାଳବୈଶାଖୀ ଯୋଗୁ ନିର୍ମାଣ ହୋଇଥିବା ଚାଳ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ କଣ୍ଟା କମାରଶାଳରେ କମାର ସେବକ ନିର୍ମାଣ କରିଥାନ୍ତି । ଦୋଳବେଦୀ ପରିସରରେ ପ୍ରତ୍ୟେକ ବର୍ଷ ସ୍ବତନ୍ତ୍ର କମାରଶାଳ ନିର୍ମାଣ କରାଯାଇଥାଏ । କମାର ଶାଳରେ ସ୍ବତନ୍ତ୍ର ଚୂଲି ନିର୍ମାଣ ହୋଇ ତିନି ରଥ ପାଇଁ କଣ୍ଟା ପ୍ରସ୍ତୁତ କରାଯାଏ । 

ଆଜି ପବିତ୍ର ଅକ୍ଷୟ ତୃତୀୟରେ ତିନି ରଥର ମୁଖ୍ୟ କମାର ସେବକ ଶାଢୀ ବାନ୍ଧିବା ପରେ ଗୁରୁବାର ଠାରୁ ବିଧିବଦ୍ଧ ଭାବେ କମାରଶାଳରେ କଣ୍ଟା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ମଙ୍ଗଳବାର ରାତିରେ କାଳବୈଶାଖୀ ଯୋଗୁ କମାରଶାଳ ପାଇଁ ଚାଞ୍ଛ ଓ ଛାମୁଣ୍ଡିଆ ବର୍ଷା, ପବନ ପ୍ରଭାବରେ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ପୁଣି ଥରେ ନିର୍ମାଣ କରାଯିବ ।

You Can Read:

ଚାଷୀଙ୍କ ଖାତାକୁ ଗଲା CM କିଷାନ ଟଙ୍କା, ଅକ୍ଷୟ ତୃତୀୟାରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.