ନୂଆଦିଲ୍ଲୀ: ତିନି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ବିପୁଳ ବିଜୟ ହାସଲ କରିଛି ବିଜେପି। ଆଉ ଏହି ବୃହତ ବିଜୟକୁ ପାଳନ କରୁଛନ୍ତି ବିଜେପି ନେତା ଓ କର୍ମୀ। ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହେଲେ ସେପଟେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ବିଜେପିକୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହୋଇଛନ୍ତି।
wp:html/wp:htmlराम आये हैं #ElectionResults pic.twitter.com/0INhYJ4w8t
— Kangana Ranaut (@KanganaTeam) December 3, 2023
ପ୍ରକୃତରେ କଙ୍ଗନା ବିଜେପିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ସେ ମୋଦୀଙ୍କ ଫଟୋ ଶେୟାର କରି ଲେଖିଛନ୍ତି ‘ରାମ ଆୟେଁ ହେଁ’ ଅର୍ଥାତ୍ ରାମ ଆସିଛନ୍ତି।’’ ଆଉ ଏହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ ମଧ୍ୟ କରିବା ସହ କହଛନ୍ତି ଯେ, ସେ ହିନ୍ଦୁଙ୍କୁ ଭଗବାନଙ୍କ ସହ ତୁଳନା କରୁଛନ୍ତି। ଯାହାପରେ କଙ୍ଗନା ଆଉ ଏକ ଟ୍ବିଟ୍ କରି ସଫେଇ ମଧ୍ୟ ଦେଇଛନ୍ତି।
wp:html/wp:htmlHaan allowed hai.
— Kangana Ranaut (@KanganaTeam) December 3, 2023
Geeta mein Shri Krishan ne kaha hai, jo mera bhakt hai mujhmein leen hai woh main he hoon, usmein aur mujhmein koi antar nahi, itne cute and chilled out Gods hain hamare !! Koi beheading koi whip lashing kuch nahi, aap bhi aa jao hamari team mein 😁…
Also my…
ଆହୁରି ପଢ଼ନ୍ତୁ: ‘ଭାରତକୁ ବିଜୟୀ କରିବାର ଅଛି…’: ତିନି ରାଜ୍ୟରେ ବିଜେପିର ବଡ଼ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ବୟାନ
ପ୍ରକୃତରେ ଏକ୍ସରେ କଙ୍ଗନାଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖି ଜଣେ ୟୁଜର ଲେଖିଛନ୍ତି ‘ଆପଣ ସତରେ ହିନ୍ଦୁ ଭଗବାନଙ୍କ ତୁଳନା କରୁଛନ୍ତି… କ’ଣ ହିନ୍ଦୁ ଧର୍ମରେ ଏହାର ଅନୁମତି ରହିଛି ?’’ ଏହା ଉପରେ କଙ୍ଗନା କହିଛନ୍ତି ‘‘ହଁ ଏହାର ଅନୁମତି ରହିଛି। ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ଯିଏ ମୋର ଭକ୍ତ ମୋ ଠାରେ ଲୀନ ସେ ହିଁ ମୁଁ, ଭକ୍ତ ଏବଂ ମୋ ଭିତରେ କୌଣସି ପାର୍ଥକ୍ୟ ନାହିଁ।’’ ସେ ଆହୁରି ଲେଖିଛନ୍ତି ଯେ, ‘ମୋ କହିବାର ଅର୍ଥ, ଅଯୋଧ୍ୟାରେ ମୋଦୀ, ରାମଙ୍କୁ ଆଣିଛନ୍ତି ଆଉ ଜନତା ତାଙ୍କୁ ଆଣିଛନ୍ତି… କିନ୍ତୁ ଆପଣ ଯାହା ବୁଝିଛନ୍ତି ତାହାବି ଭୁଲ୍ ନୁହେଁ।’’