ନୂଆଦିଲ୍ଲୀ: କନ୍ନଡ଼ ରିୟାଲଟି ଶୋ ‘କମେଡି ଖିଲାଡିଲୁ’ର ତୃତୀୟ ସିଜିନର ବିଜେତା ତଥା ଟିଭି ଅଭିନେତା ରାକେଶ ପୂଜାରୀଙ୍କ ଅକାଳ ବିୟୋଗରେ ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଛାୟା। ରବିବାର କାର୍ଡିଆକ୍ ଆରେଷ୍ଟରେ ରାକେଶଙ୍କ ପରଲୋକ ହୋଇଛି।ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା। ରାକେଶଙ୍କ ବିୟୋଗ ତାଙ୍କ ଫ୍ୟାନ୍ସଙ୍କୁ ମର୍ମାହତ କରିଛି। ରାକେଶଙ୍କ ମୃତ୍ୟୁରେ କନ୍ନଡ ଟେଲିଭିଜନ ଏବଂ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି।
ରିପୋର୍ଟ ଅନୁସାରେ ଶନିବାର ସନ୍ଧ୍ୟାରେ ଉଡ୍ଡୁପୀ ଜିଲ୍ଲାର ନିଟ୍ଟେରେ ଏକ ମେହେନ୍ଦୀ ସମାରୋହରେ ସାମିଲ ଥିଲେ ରାକେଶ। ଆଉ ଏହି ମେହେନ୍ଦୀ ଉତ୍ସବ ଚାଲିଥିବା ସମୟରେ ତାଙ୍କୁ ହଠାତ୍ କାର୍ଡିଆକ୍ ଆରେଷ୍ଟ ହୋଇଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନାଥାଉକି, ରାକେଶ ନିକଟରେ କାନ୍ତାରା ଚାପ୍ଟର- ୧ର ସୁଟିଂ ସାରିଥିଲେ।ଏହି ଫିଲ୍ମ କାନ୍ତାରାର ପ୍ରିକ୍ବେଲ। ଫିଲ୍ମକୁ ରିଷବ ସେଟ୍ଟୀ ନିର୍ଦ୍ଦେଶନା କରୁଛନ୍ତି। କିଛି ଦିନ ତଳେ ଜଣେ ଜୁନିୟର ଆର୍ଟିଷ୍ଟଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା। ଅବଶ୍ୟ ଏହାକୁ ନେଇ ଫିଲ୍ମ ମେକର ସ୍ପଷ୍ଟ କରିଥିଲେ ଯେ, ଏହି ଦୁର୍ଘଟଣା ଫିଲ୍ମ ସେଟ୍ରେ ହୋଇନଥିଲା।
ରାକେଶ କନ୍ନଡ଼ ଧାରାବାହିକ ‘ହିଟଲର କଲ୍ୟାଣ’ରେ ନିଜର ଭୂମିକା ଜରିଆାରେ ଖାସ ପରିଚୟ ସୃଷ୍ଟି କରିଥିଲେ। ରିୟଲିଟି ଶୋ ବ୍ୟତୀତ ସେ କନ୍ନଡ଼ ଏବଂ ତୁଲୁ ସିନେମାରେ ମଧ୍ୟ ନଜର ଆସିଛନ୍ତି। ତୁଲୁ ଫିଲ୍ମରେ ସେ ‘ପେଟକମ୍ମୀ’, ‘ଅମ୍ମେର ପୋଲିସ’, ‘ପମ୍ମନା ଦ ଗ୍ରେଟ’, ‘ଉମିଲ’ ଏବଂ ‘ଇଲୋକେଲ’ ଭଳି ଫିଲ୍ମରେ ନଜର ଆସିଥିଲେ।