ଅଧ୍ୟୟନରୁ ଜଣାପଡିଲା, ସୋମବାର, ଗୁରୁବାର ନା ଶନିବାର କେଉଁଦିନ ହୁଏ ମରଣାନ୍ତକ ହୃଦଘାତ

Published By : Prameya-News7 Bureau | June 09, 2023 IST

ନୂଆଦିଲ୍ଲୀ ୯।୬: ହୃଦଘାତ ଏକ ଗୁରୁତର ମେଡିକାଲ ଏମାର୍ଜେନ୍ସୀ। ଯେଉଁଥିରେ ହୃଦୟର ମାଂସପେଶିକୁ ରକ୍ତ ପହଞ୍ଚାଉଥିବା ମୁଖ୍ୟ ଧମନୀ (କରୋନରୀ ଆର୍ଟେରୀ)ରେ ବ୍ୟାଘାତ ଦେଖାଦିଏ। ସାଧାରଣତଃ ଏହି ବ୍ୟାଘାତ ରକ୍ତ ଜମାଟ ବାନ୍ଧିବା ଯୋଗୁ ହୋଇଥାଏ। ଯାହା ଧମନୀକୁ ବ୍ଲକ କରିଦିଏ। ପରିଣାମ ଭାବେ ହୃଦୟର ଏକ ଭାଗକୁ ରକ୍ତ ଯୋଗାଣ ଅବଧିରେ ଆବଶ୍ୟକ ଅକ୍ସିଜେନ ପହଞ୍ଚିବା  ହ୍ରାସ ହୋଇଥାଏ। ଏହି ପରିସ୍ଥିତିରେ ଯଦି ଚିକିତ୍ସା କରା ନଯାଏ ତେବେ ମାଂସପେଶୀକୁ ଡ୍ୟାମେଜ କରିପାରେ ବା ମୃତ୍ୟୁର କାରଣ ପାଲଟେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଚମକାଇବା ଭଳି ତଥ୍ୟ ମିଳିଛି।

ଅନୁକମ୍ପାରେ ମିଳୁଥିବା ଚାକିରୀ ଅଧିକାର ନୁହେଁ, ଯୋଗ୍ୟତା ପୂରଣ କରିବା ଜରୁରୀ:  ସୁପ୍ରିମକୋର୍ଟ

ଅଧ୍ୟୟନରୁ ଜଣା ପଡିଛି ଯେ ସୋମବାର ସବୁଠୁ ଗୁରୁତର ହୃଦଘାତର ସମ୍ଭାବନା ଅଧିକ ଥାଏ। ବେଲଫାଷ୍ଟ ହେଲଥ୍ ଆଣ୍ଡ ସୋସିଆଲ କେୟାର ଟ୍ରଷ୍ଟ ଓ ଆୟରଲ୍ୟାଣ୍ଡର ରୟାଲ କଲେଜ ଅଫ ସର୍ଜନସ୍‌ ର ଡାକ୍ତରମାନେ ୧୦ହଜାର ୫୨୮ ରୋଗୀଙ୍କ ତଥ୍ୟ ବିଶ୍ଲେଷଣ କରି ଏହା ଜାଣିବାକୁ ପାଇଛନ୍ତି ଯେ ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ସବୁଠୁ ଘାତକ ହୃଦଘାତ ହୋଇଥାଏ। ଡାକ୍ତରଙ୍କ ଅଧ୍ୟୟନରୁ ଏହା ସେତେବେଳେ  ଜାଣିବା ସମ୍ଭବ ହୋଇଥାଏ ଯେତେବେଳେ ଏକ ପ୍ରମୁଖ କରୋନରୀ ଆର୍ଟେରୀ ସମ୍ପୂର୍ଣ୍ଣ ବ୍ଲକ ହୋଇଯାଏ ବୋଲି କହିଛନ୍ତି।

{"id":800799,"sizeSlug":"full","linkDestination":"none"}

ଆୟରଲ୍ୟାଣ୍ଡରେ ୨୦୧୩ରୁ ୨୦୧୮ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ଠାରେ ଏସଟି-ସେଗମେଣ୍ଟ ଇଲେଭେସନ ମାୟୋକାର୍ଡିୟଲ ଇଂଫାକର୍ସନ(ଏସଟିଇଏମଆଇ) ହାର୍ଟ ଆଟାକ୍ ହାର ସୋମବାର ସବୁଠୁ ଅଧିକ ଥିବା ଜଣାପଡିଛି। ତେବେ ଏହି ‘ବ୍ଲୁ ମଣ୍ଡେ’ ଘଟଣା କାହିଁକି ଘଟେ ବୋଲି ଡାକ୍ତର ଏବେ ମଧ୍ୟ ବୁଝାଇବାକୁ ଅକ୍ଷମ ବୋଲି କୁହାଯାଇଛି।  ହେଲେ ଅଧ୍ୟୟନରୁ ଏହି ପରାମର୍ଶ ଦିଆଯାଇଛି ଯେ ସୋମବାର ହିଁ ସବୁଠୁ ଘାତକ ହୃଦଘାତ ହୁଏ ଓ ଏହା ସର୍କଡିୟନ ଲୟ ସହିତ ସମ୍ପୃକ୍ତ ବୋଲି କୁହାଯାଇଛି।

ପୁଣି ଡାଉନ ହେଲା ଇନଷ୍ଟାଗ୍ରାମ, ମାସକରେ ୨ ଥର ଆଉଟେଜ୍

ଶରୀରର ନିଦ ଓ ଉଠିବାର ଚକ୍ରକୁ ସର୍କଡିୟନ ଲୟ କୁହାଯାଏ। ତେବେ ବ୍ରିଟିଶ ହାର୍ଟ ଫାଉଣ୍ଡେସନର ଚିକିତ୍ସା ନିର୍ଦ୍ଦେଶକ ପ୍ରଫେସର ସାର ନିଲେଶ ସମାନୀ ତାଙ୍କ ଅଧ୍ୟୟନ ଡାକ୍ତରଙ୍କୁ ଏହି ଘାତକ ସ୍ଥିତିକୁ ଭଲରୂପେ ବୁଝାଇବାରେ ସହାୟକ ହେବ ବୋଲି କହିଛନ୍ତି। ଯାହା ଦ୍ୱାରା ଭବିଷ୍ୟତରେ ଡାକ୍ତରମାନେ ଆହୁରି ଅଧିକ ଜୀବନ ବଞ୍ଚାଇପାରିବେ ବୋଲି ସେ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.