ମେଷ- ସର୍ବ କାର୍ଯ୍ୟ ସଫଳ ହେବ । ମନରେ ଶାନ୍ତି ଏବଂ ସୁଖ ରହିବ । ଚାକିରି, କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ପରିଶ୍ରମ ଅଧିକ ହେବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପିତାମାତାଙ୍କ ସମର୍ଥନ ପାଇବେ।
ବୃଷ- ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତି ହେବ । ମନ ସାମାନ୍ୟ ଚିନ୍ତିତ ରହିପାରେ । ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ।
ମିଥୁନ- ମନରେ ବିଷାଦ ସୃଷ୍ଟି ହେବ, ଖର୍ଚ୍ଚାନ୍ତ ହେବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ ।
କର୍କଟ- ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତୀର୍ଣ୍ଣ ହେବେ। ପ୍ରେମ ସମ୍ପର୍କ ନିବିଡ଼ ହେବ । ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ । ନୂତନ ଦ୍ରବ୍ୟ କ୍ରୟ କରିବା ପାଇଁ ଦିନଟି ବହୁତ୍ ଭଲ ରହିଛି ।
ସିଂହ- ନୂଆ ଚାକିରି ପ୍ରାପ୍ତ ହୋଇପାରେ । ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିପାରନ୍ତି । ବ୍ୟବସାୟ ଭଲ ହେବ । ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ ।
କନ୍ୟା- କିଛି ଶାରୀରିକ ସମସ୍ୟା ଦେଖାଦେବ । ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । କର୍ମ କ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି । ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ ଲାଭଦାୟକ ରହିଛି ।
ତୁଳା- ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଦେଖିବାକୁ ମିଳିବ । ଆର୍ଥିକ ଲାଭର ଯଥେଷ୍ଟ ସମ୍ଭାବନା ଅଛି । ବ୍ୟବସାୟରେ ଲାଭ ଯୋଗ ରହିଛି । ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ କଳହ ଦେଖା ଦେବାର ସମ୍ଭାବନା ଅଛି । ବିଦେଶ ଯାତ୍ରାର ଯୋଗ ରହିଛି ।
ବିଛା- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ବିଦେଶ ଯାତ୍ରା ପାଇଁ ଦିନଟି ଖୁବ ଭଲ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ।
ଧନୁ- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ଛାତ୍ରଛାତ୍ରୀମାନେ ନୂତନ ଉପଲବ୍ଧି ପ୍ରାପ୍ତ କରିବେ ।
ମକର- ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି । ଆକସ୍ମିକ ଖୁସି ଖବର ମିଳିବ । ସୁଖ ସମ୍ମାନ ବୃଦ୍ଧି ପାଇବ । ଦିନଟି ମଧ୍ୟମ ଫଳ ଦେବ ।
କୁମ୍ଭ- ଭାଗ୍ୟ ଆପଣଙ୍କର ସାଥ ଦେବ । ନୂତନ ବ୍ୟବସାୟ ଆରମ୍ଭ ପାଇଁ ଦିନଟି ବହୁତ ଭଲ ରହିଛି । ଆତ୍ମ ବିଶ୍ୱାସର ବୃଦ୍ଧି ଘଟିବ । ମିତ୍ରଙ୍କ ଦ୍ଵାରା କିଛି ଆୟର ସନ୍ଧାନ ମିଳିବ । ପାରିବାରିକ ଜୀବନରେ ଲାଗିଥିବା କଳହର ସମାପ୍ତି ଘଟିବ।
ମୀନ- ଦିନରେ ମିଶ୍ର ଫଳ ଲାଭ ହେବ । ଶିକ୍ଷା କ୍ଷେତ୍ରରେ ନିଜକୁ ଅଣଦେଖା କରନ୍ତୁ ନାହିଁ । ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀର ଶିକାର ହୋଇପାରନ୍ତି । କାହା କଥାରେ ପଡ଼ି ନିର୍ଣ୍ଣୟ ନିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ- 8249826682