ସେପ୍ଟେମ୍ଵର ୧୬ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | September 16, 2024 IST

ମେଷ - ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଆପଣଙ୍କୁ ଉତ୍ତମ ଫଳ ପ୍ରାପ୍ତ ହୋଇ ପାରେ । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇ ପାରେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଅର୍ଥ ପ୍ରାପ୍ତିର ଯୋଗ ରହିଛି । ମାତା ପିତା ଙ୍କ ସ୍ବାସ୍ଥ୍ୟ ରେ ସମସ୍ୟା ଦେଖା ଦେଇ ପାରେ । 

ବୃଷ - ଦିନଟି ସଂପୂର୍ଣ୍ଣ ଭଲରେ କଟିବ । ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ସେବା ପୂଜାରେ ମନୋନିବେଶ କରିବେ ।  ଯାହା ବି  କର୍ମ ସୋମବାର କରିଛନ୍ତି ତାର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ । ବ୍ୟବସାୟରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ ।

ମିଥୁନ - ଅଷ୍ଟମ ଚନ୍ଦ୍ର ରହି ଥିବାରୁ ଦିନଟି ଏତେ ଭଲ ଫଳ ଦେବ ନାହିଁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଚିନ୍ତାରେ ଦିନଟି କଟିବ । କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇ ପାରେ ।  ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ ।

କର୍କଟ  - ରାଶିକୁ ସପ୍ତମ ଚନ୍ଦ୍ର ହେତୁ ଆପଣଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ର ରେ ଯୋଗଦାନ କରିବେ ।ମନ ସାମାନ୍ୟ ଚିନ୍ତିତ ରହିବ । ସୁ ସମ୍ବାଦ ପାଇ ଖୁସି ହେବେ । ଭ୍ରମଣ ଯୋଗ ରହିଛି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ।

ସିଂହ -  ରାଶିକୁ ଘାତ ଚନ୍ଦ୍ର । ମନକୁ ଦୃଢ଼ ରଖନ୍ତୁ । ବନ୍ଧୁମିଳନର ଯୋଗ ରହିଛି । ନୂତନ ସ୍ଥାନ ପ୍ରାପ୍ତି କରି ପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ପରିବାରର ସାଥ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟୀ ମାନେ ଧୈର୍ଯ୍ୟ ହରା ହୁଅନ୍ତୁ ନାହିଁ ।

କନ୍ୟା - ଦିନଟି ମଧ୍ୟମ ଫଳ ଦେବ । ଚିନ୍ତା ଗ୍ରସ୍ତ ରହିବେ । ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ । ଯାନବାହାନ ଯୋଗୁଁ  ଖର୍ଚ୍ଚ ବଢ଼ି ପାରେ। ଛାତ୍ର ଛାତ୍ରୀ ମାନେ ସଫଳତା ର ଶୀର୍ଷ ରେ ପହଞ୍ଚିବେ । ବ୍ୟବସାୟରେ ବିସ୍ତାର ହେବ ।

ତୁଳା - ଦିନଟି ମିଶ୍ର ଫଳ ଦେବ । ମନ ପ୍ରସନ୍ନ ରହିବ । କଳହର ଯୋଗ ରହିଛି । ବ୍ୟବସାୟରେ ପ୍ରତିଯୋଗିତା ଲାଗି ରହିବ । ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ ।ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ପାରିବାରିକ ସ୍ଥିତି ଅବ୍ୟବସ୍ଥିତ ହେବ ।

ବିଛା - ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ଉନ୍ନତିର ମାର୍ଗ ଦେଖା ଦେବ । ଛାତ୍ର ଛାତ୍ରୀଙ୍କ ସଫଳତାର ଯୋଗ ରହିଛି ।

ଧନୁ - ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଦେଖା ଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମର ଫଳ ବହୁତ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ ।

 ମକର - ଶ୍ରୀ ଚନ୍ଦ୍ର ରହିଥିବାରୁ ,ଆର୍ଥିକ ଲାଭ ଯୋଗ ରହିଛି । ମିତ୍ରଙ୍କ ସାହାଯ୍ୟ ମିଳିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି।ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭଦାୟକ ସାବ୍ୟସ୍ତ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିବ ।

କୁମ୍ଭ - ଆୟ ଠାରୁ ବ୍ୟୟ ଅଧିକ ରହିବ  । ମନ ଅଶାନ୍ତ ରହିବ । ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ଚଲାପଥରେ ଅବରୋଧ ଘଟିପାରେ । ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ । ସାଙ୍ଗ ସାଥିଙ୍କ ପାଇଁ ଅସୁବିଧାରେ ପଡ଼ି ପାରନ୍ତି ।

ମୀନ - ଦିନଟି ବହୁତ୍ ଭଲ ରେ କଟିବ । କାର୍ଯ୍ୟ କ୍ଷେତ୍ର ରେ କ୍ଷମତା ବୃଦ୍ଧି ହେବ । ଧନ ପ୍ରାପ୍ତି ର ଯୋଗ ରହିଛି। ନୂତନ ସ୍ଥାନ ପ୍ରାପ୍ତ କରି ପାରନ୍ତି । ବୈବାହିକ ଜୀବନ ସୁଖମୟ ହେବ ।ଛାତ୍ର ଛାତ୍ରୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ  ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.