ସେପ୍ଟେମ୍ଵର ୧୮ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | September 18, 2024 IST

ମେଷ - ଆଦର ସମ୍ମାନ ମିଳିବ । ସର୍ବ କାର୍ଯ୍ୟରେ ଜୟ ଲାଭ କରିବେ । ସମୟ କଠିନ ରହିବ, କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ ।ପ୍ରେମ ସମ୍ପର୍କ ପାଇଁ ଏହା ଏକ ଭଲ ସମୟ । ମନରେ ଥିବା ନକାରାତ୍ମକ ଚିନ୍ତାଧାରାକୁ ଦୂରେଇବାକୁ ଚେଷ୍ଟା କରନ୍ତୁ ।

ବୃଷ - ଦଶମରେ ଚନ୍ଦ୍ର ରହିଥିବାରୁ ଆଜି ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବୈବାହିକ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ ।

ମିଥୁନ - ମିଥୁନ ରାଶି ପାଇଁ ଆଜି ଘାତ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟାବସ୍ଥାରେ ଅବନତୀ ଦେଖା ଦେବ । ଆୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଅଛି । କାରବାରରେ ତତ୍ପର ହୁଅନ୍ତୁ ନାହିଁ । ବିବାହ ଓ ସବୁ କାର୍ଯ୍ୟ ଗୃହରେ କରିବା ନିଷେଧ । ଯାନ ବାହନରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ବିଧେୟ ।

କର୍କଟ - ଆପଣ ଆଜି ଆଳସ୍ୟର ବଶବର୍ତ୍ତୀ ହେବ । ଆଶା କରିଥିବା ସଫଳତା ମିଳିବାକୁ ସମୟ ଲାଗିବ । ଶରୀର ପୀଡା ପରି ସମସ୍ୟା ଆପଣକୁ ଗ୍ରାସ କରିବ ଆଣ୍ଠୁ ଗଣ୍ଠିରେ ସମସ୍ୟା ହୋଇପାରେ । ହେଲେ ମଧ୍ୟ ଆୟ ମଠିକ ରହିବ । ବିଦ୍ୟାର୍ଥୀମାନେ କର୍ମଠ ହେବ ।

ସିଂହ - ମନ ପ୍ରସନ୍ନ ରହିବ । ଆଜି ଆପଣଙ୍କ କ୍ୟାରିୟର ଏକ ନୂଆ ଦିଗ ନେବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

କନ୍ୟା - ଆଜି କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ । ଆପଣ ସମସ୍ତଙ୍କ ପାଖରେ ଆପଣଙ୍କର ଯୋଜନା ପ୍ରକାଶ କରିବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅ ନାହିଁ ।

ତୁଳା - ଆଜି ତୁମର ସୃଜନଶୀଳତା ଶିଖରରେ ରହିବ । ହେଲେବି ମାନସିକ ଆସନ୍ତି ହୋଇପାରେ । ଅର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକ ବୁଦ୍ଧିମାନ ଭାବରେ ପରିଚାଳିତ କରନ୍ତୁ । ଏକ ବ୍ୟବସାୟ ପ୍ରସଙ୍ଗରେ, ଆପଣ କିଛି ସୃଜନଶୀଳ କାର୍ଯ୍ୟ ପାଇଁ ସମ୍ପତ୍ତିକୁ ବ୍ୟବହାର କରିବେ ।

ବିଛା - କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ । ଅଟକି ଥିବା କାର୍ଯ୍ୟ ସମାପ୍ତ ହେବ । ଘରେ ହଠାତ୍ ଜଣେ ବନ୍ଧୁଙ୍କ ଆଗମନ ହୋଇପାରେ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜି ଏକ ସାଧାରଣ ଦିନ ହେବ । ଘରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ହେବାର ସମ୍ଭାବନା ଅଛି ।

ଧନୁ - ଆଜି ଆପଣ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଆର୍ଥିକ ପରିସ୍ଥିତି ଦ୍ରୁତ ଗତିରେ ଦୃଢ଼ ହେବ । ଭାବପ୍ରବଣତା ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ । ହୋଲସେଲ୍ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଟେ । ପରିବାର ସହିତ ସମୟ ବିତାଇ ମନ ଖୁସି ହେବ ।

ମକର - ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । 

କୁମ୍ଭ - ଆଜି ଆପଣ କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ ଆସିପାରେ । ଆପଣ କିଛି କାର୍ଯ୍ୟ ସମ୍ବନ୍ଧରେ ଏକ ବଡ଼ ନିଷ୍ପତ୍ତି ନେଇପାରିବେ ।ପିଲାମାନଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି । ଅଫିସରେ କୌଣସି ଜଟିଳ ବିଷୟ ଆଜି ସମାଧାନ ହେବ । 

ମୀନ - ଆଜି ଆପଣ କିଛି ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପାଇବେ । ଅଧ୍ୟୟନ କିମ୍ବା ବୃତ୍ତି ସହିତ ଜଡିତ କାର୍ଯ୍ୟ ପୁଣି ଆରମ୍ଭ ହେବ । ଭ୍ରମଣରୁ ଦୂରେଇ ରୁହନ୍ତୁ କାରଣ ଏହା ଆପଣଙ୍କୁ କ୍ଳାନ୍ତ ଏବଂ ଚାପଗ୍ରସ୍ତ କରିବ ।ଆପଣ କିଛି କାର୍ଯ୍ୟରେ ନୂତନ ଅନୁଭୂତି ପାଇବେ ।

    ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

    ଯୋଗାଯୋଗ -8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.