ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିନ୍ତ ପ୍ରାପ୍ତି ହେବ, ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି

Published By : Prameya-News7 Bureau | September 05, 2024 IST

ମେଷ - ପଞ୍ଚମ ଚନ୍ଦ୍ର ରହିଥିବାରୁ ଆର୍ଥିକ ସମସ୍ୟା ଦେଖା ଦେବ । ଆସନ୍ତାକାଲି ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିନ୍ତ ପ୍ରାପ୍ତି ହେବ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ସମୟ କରିବେ । ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି। 

ବୃଷ - ପ୍ରତିରୋଧର ଶିକାର ହୋଇ ପାରନ୍ତି । ବନ୍ଧୁ ମାନଙ୍କ ଭ୍ରମଣର ଯୋଗ ରହିଛି । ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇପାରେ । ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ।

ମିଥୁନ - କର୍ମଚଞ୍ଚଳ ହୋଇ କାର୍ଯ୍ୟ କରିବେ । ମନରେ କିଛି ନୂଆ କରିବାର ଇଚ୍ଛା ଜାଗ୍ରତ ହେବ । ନିଜର ଜରୁରୀ ବସ୍ତୁ ଆପଣ ଆସନ୍ତାକାଲି କ୍ରୟ କରି ପାରନ୍ତି । ପ୍ରେମ ସମ୍ପର୍କରେ ଅନେକ ଖୁସି ଲାଭ କରି ପାରନ୍ତି । ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇପାରେ।

କର୍କଟ- ଶୁକ୍ରବାର ଆପଣଙ୍କ ରାଶିକୁ ଘାତ ଚନ୍ଦ୍ର । କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦେଖା ଦେଇ ପାରେ । ସୁଖ ହାନି ଘଟିପାରେ । ଅନେକ କାର୍ଯ୍ୟ ଏକ ସହ ଆସି ପହଞ୍ଚିବା ଯୋଗୁଁ ନିଜକୁ ଚିନ୍ତିତ ମନେ କରି ପାରନ୍ତି । ମୋକଦ୍ଦମାରେ ଜୟଯୁକ୍ତ ହେବେ । ବ୍ୟବସାୟ ମଧ୍ୟମ ଫଳ ଦେବ।

ସିଂହ - ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି । ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟ ରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରି ପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟଶାଳୀ ମନେ କରିବେ ।

କନ୍ୟା - ଆର୍ଥିକ ସମସ୍ୟାକୁ ନେଇ ଚିନ୍ତା ରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

ତୁଳା - ଆପଣଙ୍କ ଦିନଟି ଆଜି ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଛାତ୍ର ଛାତ୍ରୀ ମାନେ କୃତ କାର୍ଯ୍ୟ ହେବେ । ଦମ୍ପତି ମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି ।

ବିଛା - ନୂଆ ଚାକିରି ଶୁକ୍ରବାର ଆପଣଙ୍କୁ ପ୍ରାପ୍ତ ହୋଇ ପାରେ । ଅନେକ ସୁଖ ସମ୍ମାନ ଲାଭର ଯୋଗରହିଛି । ଇଚ୍ଛା କରିଥିବା କାର୍ଯ୍ୟ  ସଫଳ ହେବ । ଛାତ୍ର ଛାତ୍ରୀ ମାନେ କ୍ୟାରିୟରକୁ ନେଇ ଆଗକୁ ବଢ଼ିବେ । ବ୍ୟବସାୟରେ ଉତ୍ତମ ଫଳ ମିଳିବ ।

ଧନୁ - ସେବା ପୂଜାରେ ମନୋନିବେଶ କରିବେ । କିଛି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପାରେ । ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି । ବାକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ବ୍ୟବସାୟରେ ସଫଳତା ମିଳିବ । ମହିଳା ମାନେ ଗୃହ କାର୍ଯ୍ୟରେ ଅଧିକ ମନୋନିବେଶ କରିବେ ।

ମକର - ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ । କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ ଯଥା ଦେହ ପୀଡା । ଛାତ୍ର ଛାତ୍ରୀ ମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

କୁମ୍ଭ - ସହ କର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟରେ ବିଶେଷ ଭଲ ଫଳ ପ୍ରାପ୍ତି ହେବ । ପତିପତ୍ନୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ସ୍ବାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ମୀନ - ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗଦାନ ଦେବେ । ଅନେକ ବାଧା ବିଘ୍ନର ସାମ୍ନା କରିବାକୁ ପଡ଼ିବ । ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତି ମାନେ ଖୁସିରେ ଦିନଟି କାଟିବେ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.