ମେଷ- ଦିନଟି ମିଶ୍ର ଫଳ ପ୍ରଦାନ କରିବ । ମନରେ ଭୟ ସୃଷ୍ଟି ହେବ । ଆର୍ଥିକ ସ୍ଥିତିରେ ସ୍ଵଚ୍ଛଳତା ଆସିବ । ବ୍ୟବସାୟରେ ସାମାନ୍ୟ ଲାଭର ସୂଚନା ମିଳୁଛି । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ ।
ବୃଷ- ଦିନଟି ମିଶ୍ର ଫଳ ଦେବ । ଅପମାନଜନକ ପରିସ୍ଥିତି ସୃଷ୍ଟି ହେବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖା ଦେବ । ପୈତୃକ ସମ୍ପତିକୁ ନେଇ ସମସ୍ୟା ଦେଖାଦେଇପାରେ । ଶରୀର ପୀଡ଼ା ରହିବ ।
ମିଥୁନ- କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ। ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ । ମନ ପ୍ରଫୁଲ୍ଲ ରହିବ । ବାନ୍ଧବୀଙ୍କୁ ପାଇ ଖୁସି ହେବେ ।
କର୍କଟ- ସୌଭାଗ୍ୟ ଲାଭ କରିବେ । ଦୂର ଯାତ୍ରା କରିବାର ଯୋଗ ରହିଛି । ବ୍ୟବସାୟ ଲାଭଜନକ ହେବ। ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଅଟକିଥିବା ଧନର ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ । ପତ୍ନୀଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇବେ ।
ସିଂହ- ଦିନଟି ମଧ୍ୟମ ଫଳ ଦେବ । ଆୟ ବୃଦ୍ଧି ପାଇବ । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ । ରାଜନୀତିରେ ସଫଳତା ପ୍ରାପ୍ତ ହେବ। ବ୍ୟବସାୟରେ ଭଲ ଫଳ ମିଳିବ । ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ ।
କନ୍ୟା- ଦିନଟିରେ ପାରିବାରିକ କଳହ ଯୋଗ ରହିବ । ଅଧାରୁ ଅଟକିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବାରେ ବିଳମ୍ବ ହେବ । ରାଜନୀତିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ରୋଜଗାର କରୁନଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରାପ୍ତି ହେବ । ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି। ବିଦ୍ୟାର୍ଥୀମାନେ ବିଶେଷ ଲାଭବାନ ହେବେ ନାହିଁ ।
ତୁଳା- ଦିନଟି ମିଶ୍ର ଫଳ ପ୍ରଦାନ କରିବ । ଘାତ ଚନ୍ଦ୍ର ହେତୁ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ନୂତନ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଖର୍ଚ୍ଚର ପରିମାଣ ଅଧିକ ରହିଛି । ଅଟକିଥିବା ଧନ କିମ୍ବା ନୂତନ ଦ୍ରବ୍ୟ ପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀମାନେ ସମ୍ମାନ ପ୍ରାପ୍ତି କରିବେ। ଦମ୍ପତିଙ୍କ ପାଇଁ କଳହର ଯୋଗ ରହିଛି ।
ବିଛା- ତିଥି ଓ ବାର ଘାତ ଥିବାରୁ ଭ୍ରମଣରେ ବିପଦ ରହିଛି । ଅଯଥା ବ୍ୟୟ ଭାର ବଢ଼ିବ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ କିନ୍ତୁ ଏହାକୁ କାର୍ଯ୍ୟକାରୀ କରିନପାରନ୍ତି। ପରିବାର ସହ ସମୟ ଅତିବାହିତ କରିବେ । ନିବେଶ ପାଇଁ ମଧ୍ୟ ଦିନଟି ଅନୁକୁଳ ନୁହେଁ । ବିଦ୍ୟାର୍ଥୀ ଅମନଯୋଗୀ ହେବେ ।
ଧନୁ- ସ୍ଵାଦିଷ୍ଟ ଭୋଜନ କରିବେ । ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ । ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି । ବ୍ୟବସାୟରେ ଅର୍ଥ ନିବେଶ କରିବେ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ । ପାରିବାରିକ ଶାନ୍ତି ବଜାୟ ରହିବ । ଘାତ ବାର ହେତୁ ସବୁ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ ।
ମକର- ରାଶି ପାଇଁ ମିଶ୍ର ଫଳ ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଉନ୍ନତି ହେଲେ ମଧ୍ୟ ଆୟଠାରୁ ବ୍ୟୟ ଅଧିକ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ । ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ । ଦାମ୍ପତ୍ୟ ଜୀବନ ମାଧ୍ୟମ ସୁଖମୟ ହେବ । ଚାକିରିରେ ବିଳମ୍ବ ଯୋଗ ରହିଛି ।
କୁମ୍ଭ- ଘାତ ଚନ୍ଦ୍ର ହେତୁ ଯାତ୍ରା ବେଳେ ସତର୍କତା ଅବଲମ୍ବନ କରିବେ । ଦିନଟିରେ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ । ମନୋବଳ ଦୃଢ଼ ରହିବ । ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବେ । ଜୟଲାଭ କରିବେ ।
ମୀନ- ଦଶମ ଚନ୍ଦ୍ର ହେତୁ, ବନ୍ଧୁ ମିଳନର ଯୋଗ ରହିଛି । ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗି ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ- 8249826682