ଆତ୍ମବିଶ୍ୱାସରେ ଦିନଟି ପରିପୂର୍ଣ୍ଣ ରହିବ, ବ୍ୟବସାୟ ଭଲ ହେବ

Published By : Prameya-News7 Bureau | September 04, 2024 IST

ମେଷ- ଆତ୍ମବିଶ୍ୱାସରେ ଦିନଟି ପୂର୍ଣ୍ଣ ହେବ, ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ଭଲ ହେବ । ଆଶା ଅନୁଯାୟୀ, ସଫଳତା ପାଇବାର କମ୍ ସମ୍ଭାବନା ଅଛି ।

ବୃଷ- ମନରେ ଅନ୍ୟପ୍ରତି ଈର୍ଷାଭାବ ସୃଷ୍ଟି ହେବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବଢ଼ିପାରେ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ ।

ମିଥୁନ- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ମନ ଅସ୍ଥିର ରହିବ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ, ଆୟ ବୃଦ୍ଧି ହୋଇପାରେ। 

କର୍କଟ- ଆଳସ୍ୟ ଯୋଗୁଁ ଅସୁବିଧାରେ ପଡ଼ିପାରନ୍ତି । ମନରେ ଉତ୍ଥାନ-ପତନ ଲାଗି ରହିବ ଜୀବନ ସାଥୀଙ୍କ ସମର୍ଥନ ପାଇବେ । ବ୍ୟବସାୟରେ ଅସୁବିଧା ହୋଇପାରେ, ଛାତ୍ର ଛାତ୍ରୀମାନେ ଉନ୍ନତିର ମାର୍ଗ ପ୍ରାପ୍ତ କରିବେ ।

ସିଂହ- ଚାକିରିରେ ସ୍ଥାନ ପରିବର୍ତ୍ତନର ସମ୍ଭାବନା ଅଛି। ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ । ଖର୍ଚ୍ଚ ବୃଦ୍ଧି ପାଇବ । ଧାର୍ମିକ ସ୍ଥାନକୁ ତୀର୍ଥଯାତ୍ରା କରିବାର ଯୋଗ ରହିଛି । ପ୍ରଭାବଶାଳୀ ହେବେ । ବିଦ୍ୟାର୍ଥୀ ଲାଭବାନ ହେବ ।

କନ୍ୟା- ସୁଖ ହାନି ହେବାର ଯୋଗ ରହିଛି । ବନ୍ଧୁଙ୍କଠାରୁ ଏକ ନୂତନ ବ୍ୟବସାୟ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ଲାଭ ପାଇଁ ସୁଯୋଗ ମିଳିପାରିବ। ଭ୍ରମଣ ଯୋଗ ରହିଛି । ଶିଶୁର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କର୍ମ କ୍ଷେତ୍ରରେ ସାମାନ୍ୟ ଜଞ୍ଜାଳ ଦେଖାଦେବ ।

ତୁଳା- ଦୂର ସ୍ଥାନକୁ ଯାତ୍ରାର ଯୋଗ ରହିଛି। ସର୍ବ କାର୍ଯ୍ୟ ସଫଳ ହେବ। ମନରେ ଆତ୍ମ ସନ୍ତୋଷ ଲାଗି ରହିବ । କାମ କରିବାକୁ ନୂଆ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ। ପରିବାର ସଦସ୍ୟ ସାହାଯ୍ୟ କରିବେ ।

ବିଛା- ମନରେ ବିଷାଦ ଭାବ ସୃଷ୍ଟି ହେବ । ପରୋପକାର କରି ଖୁସି ଅନୁଭବ କରିବେ। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲି ମକୋଦ୍ଦମାର ଅନ୍ତ ଘଟିବ । 

ଧନୁ- ଅର୍ଥ ବ୍ୟୟର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖାଦେବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ। ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।

ମକର- ସର୍ବ କାର୍ଯ୍ୟ ସିଦ୍ଧି ହେବ । କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ବ୍ୟବସାୟରେ ଆୟ ବ୍ୟୟ ସମାନ ହେବ । 

କୁମ୍ଭ- କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ । ଧର୍ମ କର୍ମରେ ମନୋନିବେଶ କରିବେ । ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ ଯୋଗ ରହିଛି। ଭାଗ୍ୟ ସାଥ ଦେବ ।

ମୀନ- ବନ୍ଧୁଙ୍କ ସହ କିଛି ବିଶେଷ ଆଲୋଚନାରେ ଦିନଟି କଟିବ । ଦାମ୍ପତ୍ୟ ଜୀବନରେ ସୁଖ ସମାଚାର ମିଳିବ । ପିତାମାତାଙ୍କ ଆଶୀର୍ବାଦ ନେବା ପରେ ଘରୁ ବାହାରକୁ ଯାଆନ୍ତୁ । ବିଦ୍ୟାର୍ଥୀ ଲାଭବାନ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.