ଅଧିକ ଆୟର ଯୋଗ ରହିଛି, ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ

Published By : Prameya-News7 Bureau | September 18, 2024 IST

ମେଷ -  କୃଷ୍ଣ ପକ୍ଷ ଦ୍ଵାଦଶ ଚନ୍ଦ୍ର ସର୍ବ କାର୍ଯ୍ୟ ସଫଳ ହେବ । ବିଦ୍ୟାର୍ଥୀ ମାନେ ଆସନ୍ତାକାଲି ମନୋରଞ୍ଜନ କରି ସମୟ   ଅତିବାହିତ କରିବେ| ବ୍ୟବସାୟୀ ମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ ।

ବୃଷ - ଅଧିକ ଆୟର ଯୋଗ ରହିଛି ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ । ଧନ ସଞ୍ଚୟ କରିବା ପାଇଁ ଦିନ ଟି ଉତ୍ତମ ରହିଛି। ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିଛି ।

ମିଥୁନ - ଭଗବତ ସେବା ରେ ମନୋନିବେଶ କରିବେ । ମନରେ ବିଶାଦ ସୃଷ୍ଟି ହୋଇ ପାରେ । ଚିନ୍ତାକୁ  ଦୂରୀଭୂତ କରନ୍ତୁ । ଧନ ଲାଭ ର ସଂଯୋଗ ରହିଛି ।ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

କର୍କଟ - ସୁଖ ହାନି ଘଟିବ । ଅଙ୍ଗରେ ସମସ୍ୟା ଦେଖା ଦେବ ।ଆବଶ୍ୟକତା ଠାରୁ  ବ୍ୟୟ ଅଧିକ ହେବ । ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । ଚାକିରି କ୍ଷେତ୍ରରେ ମତାନ୍ତର ହୋଇ ପାରେ ।

ସିଂହ- ଦୁର୍ଘଟଣା ରୁ ସତର୍କ ରହିବେ । ପରିଶ୍ରମ ସାମାନ୍ୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଆଳସ୍ୟ ଅନୁଭବ କରିବେ ।କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥା କୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ। 

କନ୍ୟା - ମନରେ ଆତ୍ମ ଗର୍ବ ଭରି ରହିବ । ଦିନଟି ରେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଶତ୍ରୁ ଙ୍କୁ ଭୟ କରିବେ ।ଅଧିକ ପରିଶ୍ରମ ରେ ଦିନଟି  କଟିବ। ମୋଟ ମୋଟି ଭାବେ ଦିନଟି ଉତ୍ତମ ଫଳ ପ୍ରଦନକରିବ ।

ତୁଳା - ବାର ଘାତ ରହିଥିବାରୁ ମାନସିକ ଅଶାନ୍ତି ଲାଗି ରହିବ । ଆର୍ଥିକ ସମସ୍ୟା ଲାଗି ରହିବ । ଗୁରୁବାର  କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅ ନାହିଁ ।ନୂତନ ଦ୍ରବ୍ୟ ଲ ହ କରିବାର ସୁଯୋଗ ମିଳିବ ।

ବିଛା - ଅନ୍ୟ ଉପରେ ଅଭିମାନ କରି ନିଜ ସମୟ ନଷ୍ଟ କରିବେ । ମନ ହାନି ହେବାର ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା  ଦେଇ ପାରେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ । କିଛି ନୂତନ କରିବାକୁ ଯାଉଥିଲେ ସାମାନ୍ୟ ଅପେକ୍ଷା କରିବା ଭଲ ।

ଧନୁ - ଘାତ ଚନ୍ଦ୍ର ରହିଥିବାରୁ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ତଥାପି ସମ୍ମାନର ଅଧିକାରୀ ହେବେ । ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।

ମକର - ଅନେକ ଅଟକି ଥିବା କାର୍ଯ୍ୟର ପରି ସମାପ୍ତି ହେବ । ପରିଶ୍ରମର ଫଳ ପ୍ରାପ୍ତି ହେବ । ଉଚ୍ଚ  ସମ୍ମାନ ଲାଭ କରିବେ ଚାକିରିରେ ପଦୋନ୍ନତି ଘଟିବ ।ବ୍ୟବସାୟ ରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

କୁମ୍ଭ - କାର୍ଯ୍ୟ ରେ ହାନି ଘଟିବ । ଆର୍ଥିକ ଅନାଟନ ଦେଖା ଦେବ ଆତ୍ମ ନିୟନ୍ତ୍ରଣ ରେ ରୁହନ୍ତୁ।  ପାରିବାରିକ ଜୀବନ ମଧ୍ୟମ ରହିବ।  ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ । ପରିଶ୍ରମ ଅଧିକ ହେବ । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ ।

ମୀନ - ମୀନ ରାଶି କୁ ଶ୍ରୀ ଚନ୍ଦ୍ର ରହି ଥିବାରୁ ଆୟ ଉତ୍ତମ ରହିବ । ମନରେ ଅନେକ ଉଚ୍ଚ ଚିନ୍ତାଧାରା ରହିବ। କୌଣସି ସୂତ୍ରରୁ ଆର୍ଥିକ ସହାୟତା ମିଳିପାରେ । ଚାକିରିରେ ପରିବର୍ତ୍ତନ ହୋଇପାରେ । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.