ବନ୍ଧୁ ମାନଙ୍କ ସହ ମନ ମାଳିନ୍ୟ ଘଟିପାରେ, ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ

Published By : Prameya-News7 Bureau | September 16, 2024 IST

ମେଷ - ଟଙ୍କା ସମ୍ବନ୍ଧୀୟ ଚିନ୍ତା ଦୂର ହେବ,  ଅଟକି ରହିଥିବା ଟଙ୍କା ମିଳିବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ।  ପରିବାରରେ ବିଚ୍ଛିନ୍ନତା ପରିସ୍ଥିତି ସୃଷ୍ଟି ହୋଇପାରେ । ପୈତୃକ ସମ୍ପତ୍ତି ସମ୍ବର୍ଦ୍ଧିତ ବିବାଦ ହୋଇପାରେ । ବ୍ୟବସାୟ ମଧ୍ୟମ ରହିବ। 

ବୃଷ - ଦଶମ ଚନ୍ଦ୍ର ଯୋଗୁଁ କର୍ମ ଫଳ ପ୍ରାପ୍ତି ହେବ । ଅନାବଶ୍ୟକ ଖର୍ଚ୍ଚକୁ  ନିୟନ୍ତ୍ରଣ କରନ୍ତୁ ।  ଭ୍ରମଣ ନିଶ୍ଚିନ୍ତ ଶୁଭ ଦାୟକ ହେବ । ନିଜ କଥା ଉପରେ ସଂଯମତା ରଖନ୍ତୁ । ପରିବାରର ସମର୍ଥନ ପାଇବେ । ଭାଇଭଉଣୀଙ୍କ ସମ୍ପର୍କ ନିବିଡ଼ ହେବ ।

ମିଥୁନ - ଆସନ୍ତାକାଲି ମିଥୁନ  ରାଶିର ଘାତ ଚନ୍ଦ୍ର ଉଧାର ଦିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ସହ ମନ ମାଳିନ୍ୟ ଘଟି ପାରେ । ନୂତନ ଜାଗା କୁ ବୁଲିବାକୁ ଯିବେ । ବିବାଦୀୟ ପରିସ୍ଥିତି ଉପୁଜି ପାରେ । ବୈବାହିକ ଜୀବନ ଜଞ୍ଜାଳ ମୟ ହେବ ।

କର୍କଟ - ଅଷ୍ଟମ ଚନ୍ଦ୍ର ଯୋଗୁଁ ଆର୍ଥିକ ବ୍ୟୟ ହେବ । କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ । ଶାରୀରିକ ପୀଡା ଅନୁଭବ କରିବେ। କ୍ୟାରିୟରକୁ ନେଇ ଛାତ୍ର ଛାତ୍ରୀ ମାନେ ଚିନ୍ତାରେ ରହିବେ । ବ୍ୟବସାୟୀ ମାନେ ଦୂର ଯାତ୍ରା  କରି ପାରନ୍ତି ।  

ସିଂହ - ପରିବାରରେ ସୁଖ ସମ୍ମାନ ଲାଗି ରହିବ । ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ । ଶାରୀରିକ ଓ ମାନସିକ ଖୁସି ମିଳିବ ।ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ ।ସ୍ବାସ୍ଥ୍ୟ ରେ କିଞ୍ଚିତ ସମସ୍ୟା ଦେଖା ଦେବ। ପତ୍ନୀ ଙ୍କ ସହ ମନ ମାଲିନ୍ୟା ହେବାର ସମ୍ଭାବନା ରହିଛି ।

କନ୍ୟା - ହଠାତ୍ ଆର୍ଥିକ ଲାଭ ହୋଇପାରେ । ନିବେଶ ପାଇଁ ଦିନଟି ଉତ୍ତମ ରହିବ । କୌଣସି ପୁରୁଣା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଏକ ବଡ ଅଫର ମିଳିପାରେ । ପରିବାର ସହିତ ସୁଖ ଏବଂ ଶାନ୍ତି ଅନୁଭବ କରିବେ ।

ତୁଳା - କର୍ମ ରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଶତ୍ରୁ ଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ ।   ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା ମିଳି ପାରେ। ଆଲୋଚନା ଓ ପର୍ଯ୍ୟଲଚନା ର ଶିକାର ମଧ୍ୟ ହୋଇ ପାରନ୍ତି।

ବିଛା- ବୁଧବାର ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ ।ମନ ବ୍ୟକୁଳୀତ ରହିବ । ସନ୍ତାନ ର ସ୍ବାସ୍ଥ୍ୟାବସ୍ଥା କୁ ନେଇ ଚିନ୍ତା ରେ ରହିବେୃ। ଦୂରସ୍ଥାନକୁ ଯାତ୍ରା କରିବେ । ଖର୍ଚ୍ଚ ର ଭାର ଅଧିକ ହୋଇପାରେ । କାର୍ଯ୍ୟ ବିଳମ୍ବରେ ସମ୍ପାଦିତ ହେବ ।

ଧନୁ- ସର୍ବକର୍ଯ୍ୟରେ ସିଦ୍ଧି ଘଟିବ ।ଉଚ୍ଚ ସମ୍ମାନ ପ୍ରାପ୍ତ କରିବେ । ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟ ରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀ ଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇ ପାରେ  ।

ମକର - ଦିନଟି ସାମାନ୍ୟ ବ୍ୟସ୍ତତା ଭିତରେ କାଟିବେ । କର୍ମ ଚଞ୍ଚଳ ରହିବେ।ଜୀବନସାଥୀ ଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇ ପାରେ । ବ୍ୟବସାୟ ରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନେ ସଙ୍କୋଚ ରେ ରହିବେ । 

କୁମ୍ଭ - ଶ୍ରୀ ଚନ୍ଦ୍ର ହେତୁରେ ସିଦ୍ଧି ଘଟିବ। ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟ ରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀ ଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇ ପାରେ  ।

ମୀନ  - ହଠାତ୍ କ୍ଷତିରେ ଆସ୍ତକାଲି ଆପଣ ପଡ଼ି ପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନ ବାନ ହେବା ଦରକାର । ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ । ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣି ପାରନ୍ତି । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ ।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ -8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.