୧.୮୭ କୋଟିରେ ନିଲାମ ହେଲା ଶ୍ରୀଗଣେଶଙ୍କ ଲଡୁ, ଭାଙ୍ଗିଲା ଗତବର୍ଷର ରେକର୍ଡ

Published By : Prameya-News7 Bureau | September 17, 2024 IST

News7

ହାଇଦ୍ରାବାଦ: ୧.୮୭ କୋଟିରେ ନିଲାମ ହେଲା ଶ୍ରୀଗଣେଶଙ୍କ ଲଡୁ। ତେଲେଙ୍ଗାନାରେ ଧୁମଧାମରେ ପାଳିତ ହୋଇଛି ଗଜାନନଙ୍କ ପୂଜା। ଏହି ଅବସରରେ ଗଣପତି ପୂଜା ଉତ୍ସବର ସମାପ୍ତି ପୂର୍ବରୁ ସୋମବାର ତେଲେଙ୍ଗାନାରେ ଏକ ଲଡୁ ନିଲାମ କରାଯାଇଥିଲା। ରଙ୍ଗା ରେଡ୍ଡୀ ଜିଲ୍ଲାର କିର୍ତ୍ତୀ ରିଚମଣ୍ଡ ଭିଲ୍ଲାସରେ ଅନୁଷ୍ଠିତ ଗଣେଶ ପୂଜାରେ ଗୋଟିଏ ଲଡୁ ୧.୮୭ କୋଟିରେ ନିଲାମ ହୋଇଛି। 

ଗତ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛି। ଗତବର୍ଷ ୧.୨୬ କୋଟିରେ ନିଲାମୀ ହୋଇଥିଲା, କିନ୍ତୁ ଏଥର ତୁଳନାରେ ୬୧ ଲକ୍ଷ ଟଙ୍କା ଅଧିକ ଥିଲା। 2022 ମସିହାରେ ନିଲାମରେ ଏହି ଲଡୁ ୬୦ ଲକ୍ଷରେ ନିଲାମ ହୋଇଥିଲା।

ଏହି ନିଲାମୀ କାର୍ଯ୍ୟକ୍ରମରେ ମୋଟ ୧୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ। ସଦସ୍ୟମାନଙ୍କୁ ପ୍ରତ୍ୟେକ ୨୫ ଜଣ ସଦସ୍ୟଙ୍କୁ ନେଇ ଚାରିଟି ଦଳରେ ବିଭକ୍ତ କରାଯାଇଥିଲା ଏବଂ ଗୋଟିଏ ଦଳ ସଫଳତାର ସହ ନିଲାମରେ ଜିତିଥିଲେ। ଗତ ବର୍ଷ ନିଲାମରେ ହୋଇଥିବା ଆୟକୁ ଅସହାୟ ଲୋକଙ୍କୁ ସହାୟତା କରିବା ପାଇଁ ଏହି ଅର୍ଥ ଦାନ କରାଯାଇଥିଲା।

୧୯୯୪ରୁ ଗଣପତି ଉତ୍ସବର ଶେଷ ଦିନରେ ପ୍ରତିବର୍ଷ ନିଲାମ କରାଯାଉଥିବା ବାଲାପୁର ଗଣେଶ ଲଡୁକୁ ରେକର୍ଡ ଟଙ୍କାରେ ନିଲାମ କରାଯାଇଆସୁଛି। ସୋମବାର ସକାଳେ ବିଜେପି ନେତା କୋଲାନ ଶଙ୍କର ରେଡ୍ଡୀଙ୍କ ଦ୍ୱାରା ୩୦.୧ ଲକ୍ଷ ଟଙ୍କା ନିଲାମରେ କିଣିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.