କଟକ ୩।୭: କଟକ ତାଳଦଣ୍ଡା କେନାଲ ଅର୍ବାନ ହାଟ ଯିବା ରାସ୍ତାରେ ଟ୍ରକ୍ ଧକ୍କାରେ ଚାଲିଗଲା ମହିଳା ହୋମଗାର୍ଡଙ୍କ ଜୀବନ । ମୃତ ମହିଳା ହୋମଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା । ଡ୍ୟୁଟି ସାରି ଘରକୁ ପରିବା ନେଇ ସାଇକେଲ ଯୋଗେ ଫେରିବା ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମନୋରମା ତଳେ ପଡ଼ିଯିବା ବେଳେ ଟ୍ରକ୍ଟି ତାଙ୍କ ଉପରେ ଚଢି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଅନ୍ୟପଟେ ଦୁର୍ଘଟଣାସ୍ଥଳରେ କଟକ ଡିସିପିଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ମାନେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ହେବ ବୋଲି ଏସିପି ଅଶୋକ ଗିରି କହିଛନ୍ତି । ଦିନ ସମୟରେ ଭାରିଯାନ ପ୍ରବେଶ କଟକଣା ଥିବା ସତ୍ତ୍ବେ ଭାରିଯାନ କିଭଳି ପ୍ରବେଶ କଲା ତାର ଯାଞ୍ଚ କରାଯିବ । ଦୁର୍ଘଟଣା ଘଟାଇ ଥିବା ଭାରିଯାନକୁ ପୋଲିସ ଥାନାରେ ଅଟକ ରଖିଛି ବୋଲି ଏସିପି କହିଛନ୍ତି ।
You Can Read:
ବନ୍ୟାଞ୍ଚଳରେ କାମ କରିବେ ଓଏଏସ୍ ଅଧିକାରୀ, ରଥଯାତ୍ରାରେ ସମ୍ପାଦନ କରିବେ ନିଜ କାମ