ଶରଧାବାଲିରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ

Published By : Prameya-News7 Bureau | June 29, 2025 IST

ପୁରୀ ୨୯।୬: ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ପୁରୀ ଶରଧାବାଲିରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ । ସକାଳେ ପହଡ ଖୋଲିବା ପରେ ଭକ୍ତଙ୍କ ଭିଡ଼ ମାଡ଼ି ଆସିଥିଲା । ଶ୍ରଦ୍ଧାଳୁ ରାତିରେ ତଳେ ପାରିକି ବସିଥିଲେ । ପହଡ଼ ଖୋଲିବା ପରେ ପଛରେ ଥିବା ଭକ୍ତମାନେ ମାଡ଼ିଆସି ଝୁଣ୍ଟି ପଡିଯାଇଥିଲେ । 

ପୂର୍ବରୁ ଅଧିକାଂଶ ସମୟରେ ନୀତିକାନ୍ତି ବିଳମ୍ବ ଯୋଗୁଁ ଠାକୁର ଅନିଦ୍ରାରେ ରହୁଥିଲେ । ଏଥରକ ସବୁ ନୀତିକାନ୍ତି ଠିକ୍ ସମୟରେ ହୋଇଥିବାରୁ ୧୨ଟା ବେଳକୁ ପହଡ ପଡିଯାଇଥିଲା । ଠକୁରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା । ଆଉ ଏମିତି ଦୁର୍ଘଟଣା ଘଟିଗଲା । ଏଥିପାଇଁ ଆମେ ସମସ୍ତେ ମର୍ମାହତ । ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଦୋଷୀ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ମୁଖ୍ୟମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି । ପୋଲିସ ଡିଜି ତାଙ୍କ ରିପୋର୍ଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ନେବେ । ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଏହା ଏକ ଦୁର୍ଘଟଣା । ହେଲେ  ଘଟଣା ଘଟିଥିବାରୁ ଅବହେଳା ହୋଇଛି ଏହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି । ପରବର୍ତ୍ତୀ ପଦକ୍ଷେପ ଖୁବଶୀଘ୍ର ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । 


You Can Read:

ଶରଧାବାଲିରେ ଦଳାଚକଟା ଘଟଣା : ‘ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.