ଦେଶରେ ସେକ୍ସ ପାଇଁ ସହମତି ବୟସ ଉପରେ ପୁନର୍ବିଚାର କରିବା ସମୟ ଆସିଛି, ବମ୍ୱେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

Published By : Prameya-News7 Bureau | July 13, 2023 IST

ନୂଆଦିଲ୍ଲୀ: ବମ୍ୱେ ହୋଇକୋର୍ଟ ଗୁରୁବାର କହିଛନ୍ତି ଯେ ଅନେକ ଦେଶ କିଶୋର-କିଶୋରୀଙ୍କ ପାଇଁ ସହମତିରେ ଶାରୀରିକ ସମ୍ପର୍କ ବୟସକୁ କମାଇ ଦେଇଛନ୍ତି । ଏବେ ସମୟ ଆସିଛି ଆମ ଦେଶ ମଧ୍ୟ ଦୁନିଆରେ ଘଟୁଥିବା ଘଟଣା ସହ ଅବଗତ ହେଉ, କାରଣ ଅନେକ କିଶୋରଙ୍କ ଉପରେ ବର୍ତ୍ତମାନ ସମୟରେ ମକଦ୍ଦୋମା ଚାଲିଛି । ନାବାଳିକାଙ୍କ ସହ ସହମତିରେ ସମ୍ପର୍କ ସ୍ଥାପନ ପାଇଁ ଜେଲ୍ ପଠାଯାଇଛି । ଜଷ୍ଟିସ୍ ଭାରତୀ ଡାଙ୍ଗରେଙ୍କ ଜଣିକିଆ ପୀଠ କହିଛନ୍ତି, 'ପୋକ୍ସୋ ଆକ୍ଟ ବିପରୀତ ଲିଙ୍ଗ ପ୍ରତି ପ୍ରାକୃତିକ ଭାବନାକୁ ଅଟକାଇ ପାରିବ ନାହିଁ । ବିଶେଷ କରି କିଶୋର-କିଶୋରୀଙ୍କ ବାୟୋଲଜିକାଲ ଏବଂ ମନୋବୈଜ୍ଞାନିକ ପରିବର୍ତ୍ତନରେ କାରଣ ଯୋଗୁଁ' । ଏଥିପାଇଁ ନାବାଳିକ ପିଲାକୁ ନାବାଳିକା ସହ ସମ୍ପର୍କ ସ୍ଥାପନ ପାଇଁ ଦଣ୍ଡିତ କରିବା ପିଲାଙ୍କ ହିତ ବିରୋଧରେ ହେବ ।

ପଢନ୍ତୁ: ସହମତିରେ ସମ୍ପର୍କ ରଖି ପରେ ବିବାହ ନ କଲେ ଦୁଷ୍କର୍ମ ନୁହେଁ : କେରଳ ହାଇକୋର୍ଟ

ଜଷ୍ଟିସ୍ ଡାଙ୍ଗରେ ଏହି ତଥ୍ୟ ଉପରେ ଆଲୋକପାତ କରିଛନ୍ତି ଯେ ସମୟ ସହ ଭାରତରେ ବିଭିନ୍ନ ଆଇନ ଦ୍ୱାରା ସହମତି ବୟସରେ ବୃଦ୍ଧି କରାଯାଇଛି । ଏହାକୁ ୧୯୪୦-୨୦୨୧ ଯାଏ ୧୬ ବର୍ଷ କରି ରଖାଯାଇଥିଲା । ସେତେବେଳେ ପୋକ୍ସୋ ଆକ୍ଟ ଏହାକୁ ବଢାଇ ୧୮ ବର୍ଷ କରିଦେଇଥିଲା । ସେ କହିଛନ୍ତି, ଏହା ସମ୍ଭବତଃ ବିଶ୍ୱ ସ୍ତରରେ ସହମତିର ସବୁଠୁ ଅଧିକ ବୟସ ମଧ୍ୟରୁ ଗୋଟିଏ, କାରଣ ଅଧିକାଂଶ ଦେଶ ସହମତିରେ ସମ୍ପର୍କ ବୟସକୁ ୧୪ରୁ ୧୬ ମଧ୍ୟରେ ରଖିଛନ୍ତି । କୋର୍ଟ କହିଛନ୍ତି, ଜର୍ମାନୀ, ଇଟାଲୀ, ପର୍ତ୍ତୁଗାଲ, ହଙ୍ଗେରୀ ଆଜି ଦେଶରେ ୧୪ ବର୍ଷର ପିଲାମାନେ ଶାରୀରିକ ସମ୍ପର୍କ ପାଇଁ ସହମତି ଦେବାରେ ସକ୍ଷମ ବୋଲି ଧରାଯାଉଛି ।  ସେ କହିଛନ୍ତି ଯେ ଇଂଲଣ୍ଡ ଏବଂ ୱେଲ୍ସ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ମଧ୍ୟ ସହମତିରେ ସେକ୍ସ ବୟସକୁ ୧୬ ବର୍ଷ ରଖାଯାଇଛି । ଜାପାନରେ ଏହା ୧୩ ବର୍ଷ ରହିଛି ।

ପଢନ୍ତୁ: ‘ସହମତି ସମ୍ପର୍କ ବୟସ ସୀମା’କୁ ନେଇ ସିଜେଆଇଙ୍କ ଚିନ୍ତା ପ୍ରକଟ, କହିଲେ ଆଇନ ଉପରେ ତର୍ଜମା ହେବା ଆବଶ୍ୟକ

କୋର୍ଟ କହିଛନ୍ତ ଯେ ଭାରତରେ ଶିଶୁ ବିବାହ ନିଷେଧ ଅଧିନିୟମ, ୨୦୦୬ ଅନୁସାରେ ପୁରୁଷ ଏବଂ ମହିଳାଙ୍କ ପାଇଁ ବିବାହ ବୟସ ଯଥାକ୍ରମେ ୨୧ ଏବଂ ୧୮ ବର୍ଷ କରାଯାଇଛି । ନାବାଳକ-ନାବାଳିକା ଶବ୍ଦର ପରିଭାଷା ଆଇନ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ଆଇନ ଏବଂ ପୋକ୍ସ ଆକ୍ଟ ଅନୁସାରେ ୧୮ ବର୍ଷରୁ ସାନ କିଶୋରକୁ ନାବାଳକ-ନାବାଳିକା ବୋଲି ଧରାଯାଏ ଏବଂ ତାଙ୍କ ସହ ସବୁ ଯୌନ ଗତିବିଧିକୁ ଅପରାଧ ବୋଲି ଧରାଯାଏ । ଏହା ସହମତିରେ ଥିଲେ ମଧ୍ୟ । ଖଣ୍ଡପୀଠ ଜୋର ଦେଇ କହିଛନ୍ତି ଯେ ସହମତିରେ ବୟସକୁ ବିବାହ ବୟସଠାରୁ ଅଲଗା କରାଯିବା ଦରକାର, କାରଣ ଯୌନ କୃତ୍ୟ କେବଳ ବିବାହ ପରିସର କିମ୍ୱା ସମାଜରେ ହୋଇନଥାଏ, ବରଂ ନ୍ୟାୟିକ ପ୍ରଣାଳୀକୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବା ଦରକାର ।

ପଢନ୍ତୁ: ପାରସ୍ପରିକ ସହମତିରେ କିଶୋରାବସ୍ଥା ଯୌନ ସମ୍ପର୍କ ପକସୋଆଇନ ଅନ୍ତର୍ଗତ ନୁହେଁ: ମାଡ୍ରାସ ହାଇକୋର୍ଟ

ଜଷ୍ଟିସ୍ ଡାଙ୍ଗରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରୁଥିଲେ । ବ୍ୟକ୍ତିଙ୍କୁ ୨୦୧୯, ଫେବ୍ରୁଆରୀ ୨୧ରେ ଏକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ନାବାଳିକା ସହ ସହମତିରେ ସମ୍ପର୍କ ରଖିବା ଉପରେ ଦଣ୍ଡ ଶୁଣାଇଥିଲେ । ସେହି ସମୟରେ ଯୁବକର ବୟସ ୨୫ ଏବଂ ଝିଅର ବୟସ ପ୍ରାୟ ସାଢେ ୧୭ ବର୍ଷ ଥିଲା । ପରେ ଦୁହେଁ ବିବାହ କରିଥିଲେ ଏବଂ ଝିଅଟି ଟ୍ରାଏଲ କୋର୍ଟ ସାମନାରେ ସହମତିରେ ସମ୍ପର୍କ ରଖିଥିବା କଥା ବି ଦୋହରାଇଥିଲେ । କିନ୍ତୁ ପୋକ୍ସୋ କୋର୍ଟ ଯୁବକକୁ ଦୋଷୀ ଦର୍ଶାଇ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଜଷ୍ଟିସ୍ ଡାଙ୍ଗରେ କହିଛନ୍ତି ଯେ ଯେତେବେଳେ କୌଣସି କିଶୋର ଯୌନ ସମ୍ପର୍କ ରଖି ତେବେ ଶାରିରୀକ ଆକର୍ଷଣ କିମ୍ୱା ମୋହ ମାମଲା ସବୁବେଳେ ସାମନାକୁ ଆସିଥାଏ ଏବଂ ଆମ ଦେଶ ଦୁନିଆରେ ଘଟୁଥିବା ଘଟଣା ଉପରେ ନଜର ରଖିବା ବି ଜରୁରୀ ।

Also Read: ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ, ଲିଭ୍ ଇନ୍ ରିଲେସନକୁ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.