ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୨୫ ହଜାର ଟଙ୍କା ଜରିମାନା

Published By : Prameya-News7 Bureau | January 30, 2025 IST

ଆନନ୍ଦପୁର ୩୦୧: ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା । ରାୟ ଶୁଣାଇଲେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।

ଗତ ୨୦୨୩ ମସିହା ଫେବୃଆରୀ ୨୮ ତାରିଖ ସୋସୋ ଥାନା ବିଦ୍ୟାଧରପୁର ଠାରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ବିଚାର କରି ଏଭଳି ରାୟ ଶୁଣାଇଛନ୍ତି ଅଦାଲତ । ଉକ୍ତ ଦିନ ଗାଁର ପଦ୍ମନାଭ ମହାନ୍ତି ନିଜ ଘର ଠାରେ  ରହିଥିଲେ । ସେହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁର ମଦନ ଜେନା ଆସି ଏକ ଠେଙ୍ଗାରେ ପଦ୍ମନାଭଙ୍କ ମୁଣ୍ଡକୁ ଏକାଧିକବାର ପ୍ରହାର କରିବାରୁ ପଦ୍ମନାଭଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ  ଘଟିଥିଲା ।


You Can Read:

ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ : ଏମ୍ଏସ୍ଏମ୍ଇର ୯ଟି ଏମ୍ଓୟୁ ସ୍ବାକ୍ଷରିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    ରାଜନୀତି
    ମନୋରଞ୍ଜନ

    Copyright © 2024 - Summa Real Media Private Limited. All Rights Reserved.