ଚାଷ ଜମିରେ ପାଣି ମଡ଼ାଇବା ବେଳେ ବଜ୍ରପାତ, ଚାଲିଗଲା ଦୁଇ ଜଣଙ୍କ ଜୀବନ

Published By : Prameya-News7 Bureau | April 30, 2025 IST

ପଦ୍ମପୁର ୩୦: ବଜ୍ରପାତ ନେଲା ଦୁଇ ଜୀବନ । ଚାଷ କାମ ପାଇଁ ବିଲକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲାଖମରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲାଖମରା ଗାଁର ମମତା ମେହେର ଓ ଆଶିଷ ମେହେର ଚାଷ କାମ ପାଇଁ ବିଲକୁ ଯାଇଥିଲେ । ଚାଷ ଜମିରେ ପାଣି ମଡ଼ାଇବା ବେଳେ ବର୍ଷା ଓ ଘଡଘଡି ସହିତ ବିଜୁଳି ହୋଇଥିଲା । ଚାଷ କ୍ଷେତରେ ତିଆରି ହୋଇଥିବା ଚାଳ ଘରେ ସେମାନେ ଆଶ୍ରୟ ନେଇଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଉଭୟଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । 

You Can Read: 

ଟଙ୍କା ପାଇଁ ନିର୍ଯାତନା ଦେଉଥିଲେ ଘର ମାଲିକ, ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.