ଆଉ ନାହାନ୍ତି ‘ଫ୍ୟାମିଲି ମ୍ୟାନ-୩’ର ଅଭିନେତା ରୋହିତ ବସଫୋର, ପରିବାର ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | April 30, 2025 IST

ମୁମ୍ଵାଇ ୩୦।୦୪; ମନୋରଞ୍ଜନ ଶିଳ୍ପରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଗାମୀ ୱେବ୍ ସିରିଜ୍ 'ଫ୍ୟାମିଲି ମ୍ୟାନ୍' ସିଜିନ୍ ୩ରେ ନିଜର ଦମଦାର ଅଭିନୟ ପାଇଁ ଶିରୋନାମାରେ ସ୍ଥାନ ପାଇଥିବା ଅଭିନେତା ରୋହିତ ବସଫୋରଙ୍କ ମୃତ୍ୟୁ ହୋଇଛି। ରୋହିତଙ୍କୁ ରବିବାର ଅପରାହ୍ନରେ ଗୌହାଟି ନିକଟସ୍ଥ ଜଳପ୍ରପାତରେ ମୃତଦେହ ମିଳିଥିଲା। କିନ୍ତୁ ପରିବାର ସନ୍ଦେହ କରୁଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିନେତାଙ୍କ ମୃତ୍ୟୁରେ ପରିବାର ସହିତ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

ପୋଲିସ ଷ୍ଟେସନର ଅଧିକାରୀମାନେ କହିଛନ୍ତି ଯେ ଘଟଣାଟି ଅପରାହ୍ନ ୨ଟା ସମୟରେ ଘଟିଥିଲା। କୁହାଯାଉଛି ଯେ ରୋହିତ ତାଙ୍କ ୯ ଜଣ ସାଙ୍ଗଙ୍କ ସହିତ ପିକନିକ୍ ପାଇଁ ସେଠାକୁ ଯାଇଥିଲେ, ସେଠାରେ ସେ ଜଳପ୍ରପାତରେ ପଡ଼ି ମୃତ୍ୟୁବରଣ କରିଥିଲେ। ପୋଲିସ ଷ୍ଟେସନର ଏକ ସରକାରୀ ସୂତ୍ର କହିଛି - ସନ୍ଧ୍ୟା ପ୍ରାୟ ୪ଟାରେ ଆମେ ସୂଚନା ପାଇଲୁ ଏବଂ ଆମେ ସନ୍ଧ୍ୟା ୪.୩୦ ରେ ଘଟଣାସ୍ଥଳରେ ପହଞ୍ଚିଲୁ। ଏହା ପରେ, SDRF ଦଳ ସନ୍ଧ୍ୟା ପ୍ରାୟ ୬.୩୦ରେ ରୋହିତଙ୍କ ମୃତଦେହ ଉଦ୍ଧାର କରିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ରୋହିତ ଦୁର୍ଘଟଣାବଶତଃ ଜଳପ୍ରପାତରେ ପଡ଼ିଯାଇଥିଲେ। ପୋଲିସ କହିଛି ଯେ ଏପର୍ଯ୍ୟନ୍ତ କୌଣସି ଗଡବଡର ସନ୍ଦେହ ମିଳିନାହିଁ। ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। 

ହତ୍ୟା ସନ୍ଦେହ କରୁଛି ପରିବାର 

ଅଭିନେତାଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ରୋହିତଙ୍କ ପରିବାର ସନ୍ଦେହ କରୁଛନ୍ତି ଯେ ରୋହିତଙ୍କୁ ହତ୍ୟା କରାଯାଇଛି। ପରିବାର ସମ୍ପୂର୍ଣ୍ଣ ଘଟଣାରେ କିଛି ଗଡବଡ ଥିବା ନେଇ ଅଭିଯୋଗ କରିଛନ୍ତି। ରୋହିତଙ୍କ ପରିବାର ଦାବି କରିଛନ୍ତି ଯେ ତାଙ୍କୁ ଜାଣିଶୁଣି ଏକ ବିପଦପୂର୍ଣ୍ଣ ସ୍ଥାନକୁ ନିଆଯାଇଥିଲା। ଦିନ ୧୨ ଟାରୁ ତାଙ୍କର ଫୋନ୍ ମଧ୍ୟ ବନ୍ଦ ଥିଲା। ପରିବାର ଏହା ମଧ୍ୟ କହିଛନ୍ତି ଯେ ରୋହିତକୁ ପହଁରା ଜଣାନଥିଲା। ଏବେ ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଏବେ ତଦନ୍ତ ପରେ ହିଁ ରୋହିତଙ୍କ ମୃତ୍ୟୁ ପଛରେ ସତ୍ୟ ଜଣାପଡିବ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.