ପହଲଗାମ ହମଲା ପରେ ସଲମାନଙ୍କ ବଡ ନିଷ୍ପତ୍ତି, ପୋଷ୍ଟପୋନ୍ କଲେ ୟୁକେ ଟୁର୍‌

Published By : Prameya-News7 Bureau | April 28, 2025 IST

ମୁମ୍ଵାଇ ୨୮।୦୪; ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ବଲିଉଡ୍ ଶିଳ୍ପ ସହିତ ଜଡିତ ଅନେକ ବଡ଼ ଷ୍ଟାର ସେମାନଙ୍କର ଆଗାମୀ କାର୍ଯ୍ୟକ୍ରମ କିମ୍ବା ଶୋ’କୁ ବାତିଲ କରିଦେଇଛନ୍ତି। ଏବେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାଇଜାନ ତାଙ୍କର ୟୁକେ ଗସ୍ତକୁ ସ୍ଥଗିତ ରଖିଛନ୍ତି। ସଲମାନ ନିଜେ ଇନଷ୍ଟାଗ୍ରାମରେ ଏକ ଅଫିସିଆଲ୍ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି

ସଲମାନ ଖାନ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ 'ୟୁକେ ଟୁର୍' ସମ୍ପର୍କିତ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, "କାଶ୍ମୀରରେ ଘଟିଥିବା ଦୁଃଖଦ ଘଟଣାକୁ ମନେ ରଖି ଏବଂ ଭାରାକ୍ରାନ୍ତ ହୃଦୟରେ, ଆମେ ୪ ଏବଂ ୫ ମେରେ ମାଞ୍ଚେଷ୍ଟର ଏବଂ ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା 'ଦି ବଲିଉଡ୍ ବିଗ୍ ୱାନ୍ ଶୋ ୟୁକେ'କୁ ସ୍ଥଗିତ ରଖିବା ପାଇଁ କଷ୍ଟକର ନିଷ୍ପତ୍ତି ନେଇଛୁ। ଆମେ ବୁଝିପାରୁଛୁ ଯେ ଆମର ପ୍ରଶଂସକମାନେ ଏହି ଶୋ' ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ।

ସେ ପୋଷ୍ଟରେ ଆହୁରି ଲେଖିଛନ୍ତି, "ଆମେ ବିଶ୍ୱାସ କରୁଛୁ ଯେ ଏହି ଦୁଃଖଦ ସମୟରେ ଶୋ’କୁ ସ୍ଥଗିତ ରଖିବା ହେଉଛି ସଠିକ୍ ନିଷ୍ପତ୍ତି। ଯେକୌଣସି ଅସୁବିଧା ପାଇଁ ଆମେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛୁ ଏବଂ ଆପଣଙ୍କ ସମର୍ଥନ ଏବଂ ବୁଝାମଣାକୁ ପ୍ରଶଂସା କରୁଛୁ। ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ। ଉଲ୍ଲେଖନୀୟ ଯେ ସଲମାନଙ୍କ ପୂର୍ବରୁ ଶ୍ରେୟା ଘୋଷାଲ, ବାଦଶାହ ଏବଂ ଅରିଜିତ ସିଂହ ଭଳି ବଡ଼ ନାମ ମଧ୍ୟ ସେମାନଙ୍କର ଶୋ ବାତିଲ କରିସାରିଛନ୍ତି। ଅମୀର ଖାନ ମଧ୍ୟ ନିକଟରେ ତାଙ୍କ ଫିଲ୍ମ 'ଅନ୍ଦାଜ୍ ଅପନା ଅପନା'ର ସ୍ପେଶାଲ ସ୍କ୍ରିନିଂରେ ଯୋଗ ଦେଇ ନଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.