ଭେଟେରାନ ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ଏବଂ ସିନେମାଟୋଗ୍ରାଫର ଶାଜି ଏନ କରୁଣଙ୍କ ପରଲୋକ. କ୍ୟାନସର ନେଲା ଜୀବନ

Published By : Prameya-News7 Bureau | April 28, 2025 IST

indiatoday

ଥିରୁଅନନ୍ତପୁରମ: ପ୍ରତିଷ୍ଠିତ ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ଏବଂ ସିନେମାଟୋଗ୍ରାଫର ଶାଜି ଏନ କରୁଣଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି। ସେ କେରଳ ରାଜ୍ୟ ଚଳଚ୍ଚିତ୍ର ବିକାଶ ନିଗମ (KSFDC)ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। କରୁଣ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ସୋମବାର ତିରୁଅନନ୍ତପୁରମସ୍ଥିତ ତାଙ୍କ ବାସଭବନରେ ନିର୍ଦ୍ଦେଶଙ୍କର ଦେହାନ୍ତ ହୋଇଛି।

ତାଙ୍କର ପ୍ରଥମ ନିର୍ଦ୍ଦେଶନାର ଚଳଚ୍ଚିତ୍ର "ପିରାଭି"କୁ ୧୯୮୯ କାନ୍ସ ଫିଲ୍ମ ଫେଷ୍ଟିଭାଲରେ କାମ୍ରା ଡି'ଅରରେ ସ୍ୱତନ୍ତ୍ର ଉଲ୍ଲେଖ କରାଯାଇଥିଲା। ୨୦୧୧ ମସିହାରେ, ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରଥମ ଡେବ୍ୟୁରେ କମାଲ କରିଥିଲେ ଶାଜି ଏନ କରୁଣ। ୧୯୮୯ରେ ତାଙ୍କ ପ୍ରଥମ ସିନେମା ପିରାଭି ବେଷ୍ଟ ଫିଲ୍ମ ଆୱାର୍ଡ ଓ  ଏବଂ ସେ ବେଷ୍ଟ ଡାଇରେକ୍ଟର ବର୍ଗରେ ନ୍ୟାସ୍‌ନାଲ ଆୱାର୍ଡ ପାଇଥିଲେ।

ଶାଜି ଏନ. କରୁଣ ଭାରତରେ ଜଣେ ପ୍ରସିଦ୍ଧ କଳାକାର, ଯିଏ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମାଲାୟଲମ ସିନେମା ପାଇଁ ଏକ ଗଭୀର ଛାପ ଛାଡ଼ି ଯାଇଛନ୍ତି। ସେ ପ୍ରାୟ ୪୦ ଟି ଚଳଚ୍ଚିତ୍ରରେ ସିନେମାଟୋଗ୍ରାଫର ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ଦ୍ୱାରା ନିର୍ମିତି ସିନେମା ପିରାଭି, ସ୍ୱହମ୍, ବାନପ୍ରସ୍ଥମ୍, ନିଷାଦ, କୁଟ୍ଟି ସ୍ରାଙ୍କୁ ଏବଂ ସ୍ୱପନମ୍ ଅନ୍ୟତମ। ୧୯୫୨ ମସିହାରେ କୋଲାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା କରୁଣ ତିରୁଅନନ୍ତପୁରମର ୟୁନିଭର୍ସିଟି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। 

ଏହାପରେ ପୁନେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା ପାସ୍ କରିବା ପରେ ସିନେମାରେ ନିଜକୁ ନିବେଶ କରିଦେଇଥିଲେ। ମାଲାୟାଲମ ସିନେମା ଜଗତ ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଛି। ତାଙ୍କ ବିୟୋଗରେ ଭାରତୀୟ ସିନେ ଇଣ୍ଡଷ୍ଟିରୀରେ ଶୋକର ଛାୟା ଖେଳିଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.