ମଉଳିଆ ହାନିୟାଙ୍କ ସ୍ଵପ୍ନ ,ଦିଲଜିତଙ୍କ ଫିଲ୍ମରୁ ଆଉଟ୍ ହେଲେ ଅଭିନେତ୍ରୀ

Published By : Prameya-News7 Bureau | April 29, 2025 IST

ମୁମ୍ଵାଇ ୨୯।୦୪; ଗତ ବର୍ଷ ଅକ୍ଟୋବରରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଂଝ ଲଣ୍ଡନରେ ଆୟୋଜିତ ନିଜ କନ୍‌ସର୍ଟରେ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମିରଙ୍କୁ ମଞ୍ଚ ଉପରେ ସ୍ୱାଗତ କରିଥିବା ଫ୍ୟାନ୍‌ ଦେଖିଥିଲେ । ମଞ୍ଚରେ ପଞ୍ଜାବୀ ସୁପର୍‌ଷ୍ଟାର୍‌ ଦିଲଜିତ ହାନିୟାଙ୍କ ପାଇଁ ନିଜର ଆଇକନିକ୍‌ ଗୀତ ‘ଲଭର୍‌’ ଗାଇଥିଲେ । ଜଣେ ଫ୍ୟାନ୍‌ ଭାବେ ଦିଲଜିତଙ୍କ ସହ ମଞ୍ଚକୁ ଆସିବା ପାଇଁ ହାନିଆ ସ୍ୱପ୍ନ ଦେଖୁଥିଲେ । ଲଣ୍ଡନ କନ୍‌ସର୍ଟରେ ସେହି ସ୍ୱପ୍ନ ପୂରଣ ହୋଇଥିଲା । ଏଇ ମାସ ଆରମ୍ଭରେ ଏକ ଫିଲ୍ମରେ ଦିଲଜିତ ଓ ହାନିୟା ଏକାଠି କାମ କରିବାର ଗୁଜବକୁ ନେଇ ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚା ଜୋର ଧରିଲା । ଏ ନେଇ ଫ୍ୟାନ୍‌ ଖୁବ୍‌ ଉତ୍ସାହିତ ଥିଲେ । 

ଅନେକ ଆଲୋଚନା କଲେ ଯେ ‘ସର୍‌ଦାର ଜୀ-୩’ରେ ଉଭୟ ଏକାଠି ନଜର ଆସିବେ । ବର୍ତ୍ତମାନ ଚର୍ଚ୍ଚା ହେଉଛି, ହାନିୟା ପହଲଗାମ୍‌ ଆତଙ୍କୀ ହମ୍‌ଲା ସମ୍ପର୍କିତ ନିଜର ପୋଷ୍ଟ୍‌କୁ ହଟାଇ ଦେଇଛନ୍ତି । ପହଲଗାମ୍‌ ନରସଂହାର ପରେ ପାକ୍‌ କଳାକାର ଫୱାଦ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବୀର ଗୁଲାଲ୍‌’ର ରିଲିଜ୍‌କୁ ବାତିଲ କରାଯାଇଛି । ଦୀର୍ଘ ୯ ବର୍ଷ ପରେ ପୁଣି ଥରେ ବଲିଉଡ୍‌କୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ ଫୱାଦ । ଚଳିତ ମାସ ୯ ତାରିଖରେ ଫିଲ୍ମ ରିଲିଜ୍‌ ହେବବୋଲି ଘୋଷଣା ହୋଇଥିଲା । ଏବେ ଗୁଜବ ଉଠିଛି ଯେ ନୀରୁ ବାଜୱାଙ୍କ ‘ସର୍‌ଦାର ଜୀ-୩’ ଫିଲ୍ମରେ ଦିଲଜିତଙ୍କ ସହ ଭାରତରେ କ୍ୟାରିଅର ଆରମ୍ଭ କରିବାକୁ ଯାଉଥିବା ହାନିୟା ଆମିରଙ୍କୁ ଫିଲ୍ମରୁବାହାର କରି ଦିଆଯାଇଛି । 

ନିର୍ମାତା ଏବେ ତାଙ୍କ ସ୍ଥାନରେ ଆଉ ଜଣେ ଅଭିନେତ୍ରୀଙ୍କୁଖୋଜୁଛନ୍ତି । ଗତ ମାସ ଫିଲ୍ମର ଲଣ୍ଡନ ସିଡ୍ୟୁଲ୍‌ର ସୁଟିଂ ଶେଷ ହୋଇଥିଲା । କିନ୍ତୁ ସଦ୍ୟ ରିପୋର୍ଟ ଅନୁସାରେ, ନିର୍ମାତା ଏବେ ହାନିଆଙ୍କ ସିନ୍‌କୁ ହଟାଇବାକୁ ଏବଂ ତାଙ୍କ ସ୍ଥାନରେ ଆଉ ଜଣେ ଅଭିନେତ୍ରୀଙ୍କ ସହ ସୁଟ୍‌ କରିବାକୁ ଚିନ୍ତା କରୁଛନ୍ତି। ଇଣ୍ଟର୍‌ନେଟ୍‌ରେ ଏହି ଗୁଜବକୁ ନେଇ ଜୋର୍‌ ଚର୍ଚ୍ଚା ହେଉଛି । କିଛି ଏହାକୁ ଠିକ୍‌ ନିଷ୍ପତ୍ତି ବୋଲି କହୁଛନ୍ତି । ପହଲଗାମ୍‌ ଆକ୍ରମଣ ପରେ ଭାରତୀୟ ପ୍ରୋଜେକ୍ଟରେ ପାକ୍‌ କଳାକାରଙ୍କ କାମ ଉପରେ ସଭିଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.