ଭଦ୍ରକ ୧୦।୦୪ : ତାଲା ଭାଙ୍ଗି ମନ୍ଦିରରୁ ଲୁଟ। ସୁନା ମୁକୁଟ, ଆଖି, ହାର ସହ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିଲେ ଲୁଟେରା। ଭଦ୍ରକ ଜିଲ୍ଲା ଧୁସୁରୀ ଥାନା ଅଧୀନ ବରୁଣେଇଙ୍କ ମନ୍ଦିରରୁ ଲୁଟ ହୋଇଛି ।
ମନ୍ଦିରର ଗେଟ ତାଲା ଭାଙ୍ଗି ମାଆଙ୍କର ସୁନା ମୁକୁଟ, ସୁନା ହାର, ଆଖି ଲୁଟିଛନ୍ତି । ପରେ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ମଧ୍ୟ ନେଇଥିବା ସୂଚନା ମିଳିଛି। ଲୁଟ ହୋଇଥିବା ଗହଣା ଓ ଟଙ୍କାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ମନ୍ଦିର ପୂଜକ ପୂଜା କରିବା ପାଇଁ ଆସି ମନ୍ଦିରର ତାଲା ଭଙ୍ଗା ହୋଇଥିବା ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଲୁଟ ନେଇ ଧୁସୁରୀ ପୋଲିସକୁ ଅବଗତ କରାଯାଇଛି।