କଟକ ୪।୧: କଟକ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରି ନେଇଗଲେ ଦୁର୍ବୃତ୍ତ । ଚୋରି ନେଇ ଥାନାରେ ଏତଲା ପରେ ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, କଟକ ଖାନନଗର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ୍ତ । ହନୁମାନଙ୍କ ଚାନ୍ଦିର ଗଦା, କଳସ, ମୁକୁଟ ସହ ସୁନା ଅଳଙ୍କାର ଚୋରି କରି ନେଇଯାଇଛନ୍ତି । ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ଚୋରଙ୍କ ସନ୍ଧାନ ମିଳିପାରିନାହିଁ ।
You Can Read:
ଭଦ୍ରକରେ ସଡକ ସୁରକ୍ଷା ମାସ, ଚାଲିଛି ସଚେତନତା ଶୋଭାଯାତ୍ରା ଓ ବୁଲୁଛି ରଥ, ତଥାପି କାହିଁକି କମୁନି ଦୁର୍ଘଟଣା