ରବିବାର ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖା ଦେବ, ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ

Published By : Prameya-News7 Bureau | July 26, 2025 IST

ଭୁବନେଶ୍ବର ୨୬।୭: ବୈତରଣୀରେ ଓ ଜଳକା କ୍ୟାଚମେଣ୍ଟରେ ପ୍ରବଳ ବର୍ଷା ହୋଇଛି । ମୟୁରଭଞ୍ଜରେ ୯୪ ମିମି ବର୍ଷା ହୋଇଛି । ମୟୁରଭଞ୍ଜର ୧୩ଟି ବ୍ଲକ୍‌ରେ ୧୦୦ ମିମି ଉପରେ ବର୍ଷା ହୋଇଛି । ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା କରାଯାଉଛି । ରବିବାର ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖାଦେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି । ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ଵର ଆଦି ଅଞ୍ଚଳ ପ୍ରଭାବିତ ହେବ ।  

ସେହିପରି ବୁଢ଼ାବଳଙ୍ଗରେ ବି ବନ୍ୟା ଆଶଙ୍କା ରହିଛି ।  ଜଳକାରେ ବିପଦ ସଂକେତ ଉପରେ ଜଳସ୍ତର ରହିଛି ।  ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ଅଛି । ୩୮.୨୨ ମିଟର ଯାହାକି ବିପଦ ସଂକେତରୁ ସାମାନ୍ୟ କମ୍ । ବର୍ତ୍ତମାନ ସୁଦ୍ଧା ଏହା ବିପଦ ସଙ୍କେତ ପାର ହୋଇ ସାରିଥିବ । ବନ୍ୟା ଆସିବା ସହ ଧାମନଗର, ଚାନ୍ଦବାଲି ଓ ଯାଜପୁର ପ୍ରଭାବିତ ହେବ । ବ୍ରାହ୍ମଣୀରେ ୩୮ ମିମି ବର୍ଷା ହୋଇଛି ।  ରେଙ୍ଗାଲି ଡ୍ୟାମ୍‌ରେ ଜଳସ୍ତର ୧୨୧ ଫୁଟ ପାଖାପାଖି ରହିଛି । ଯାହା ବିପଦ ସଙ୍କେତ ତଳେ ରହିଛି । ଆଉ ଗୋଟିଏ ଗେଟ୍ ଖୋଲାଯିବ । ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ରହିଛି ।  ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତ ।

You Can Read:

ବୃଦ୍ଧି ପାଉଛି ଦେଓ ନଦୀର ଜଳସ୍ତର, ସାହାରପଡ଼ା ବ୍ଲକ୍ ଅଞ୍ଚଳ ଜଳାର୍ଣ୍ଣବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.