ସ୍କୁଟି ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

Published By : Prameya-News7 Bureau | July 16, 2024 IST

ବାରିପଦା ୧୬: ମୟୁରଭଞ୍ଜ ଜିଲ୍ଲା ପାଲବଣି ବାଇପାସ୍ ୧୮ନଂ ଜାତୀୟ ରାଜପଥରେ ଦୁର୍ଘଟଣା ନେଲା ଦୁଇ ଜୀବନ । ସ୍କୁଟିକୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । 

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ବାରିପଦା ସହରର ପାଲବଣି ବାଇପାସ୍ ୧୮ନଂ ଜାତୀୟ ରାଜପଥରେ ଏକ ଟ୍ରକ୍ ସ୍କୁଟି ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଘଟଣାସ୍ଥଳ ନିକଟରେ ଏକ ଠିପିବନ୍ଦ ବିଦେଶୀ ମଦ ଦୋକାନ ଥିବା ବେଳେ ରାତି ସମୟରେ ପ୍ରାୟତଃ କ୍ରମାଗତ ଭାବେ ଏପରି ଦୁର୍ଘଟଣା ଘଟୁଛି । ଚାଳକ ମାନେ ନିୟମ ନମାନି ଜାତୀୟ ରାଜପଥର ଭୁଲ ଦିଗରେ ଆସିବା ସମୟରେ ଓଭରବ୍ରିଜ୍‌ରୁ ଓହ୍ଲାଉଥିବା ମାଲବୋଝେଇ ଟ୍ରକ୍ ଗତି ନିୟନ୍ତ୍ରଣ ରଖି ନପାରି ଏଭଳି ଦୁର୍ଘଟଣା ଘଟାଉଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଦୁର୍ଘଟଣା ଘଟିବା ପରେ କିଛି ସମୟ ପାଇଁ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ସେପଟେ ବାରିପଦା ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଦୁଇଟି ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ।

You Can Read:

ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ସୋଆରେ ହେବ ୩ ଦିନିଆ ଆନ୍ତର୍ଜାତିକ କର୍ମଶାଳା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.