କୋଲକାତା: କେସ୍ ଫର୍ କ୍ବେରୀ ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୈଇତ୍ରଙ୍କ ସପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୌଣସି ଟିପ୍ପଣୀ ଦେଇନାହାନ୍ତି, ହେଲେ ଏବେ ଏହା ଉପରେ କଡ଼ ପଦକ୍ଷେପ ନେଇଛନ୍ତି । ପଶ୍ଚିମବଙ୍ଗ ସରକାର ଆଦାନୀ ଗ୍ରୁପର ପ୍ରୋଜେକ୍ଟକୁ ରଦ୍ଦ କରିଛନ୍ତି । ୨୫ ହଜାର କୋଟି ଟଙ୍କା ପ୍ରକଳ୍ପକୁ ଆଦାନୀ ଗ୍ରୁପ ଠାରୁ ଛଡେଇ ନେଇଛନ୍ତି । ଆଉ ଏହି ପ୍ରୋଜେକ୍ଟରେ ପୁଣି ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ଟିଏମସି ସାଂସଦ ମହୁଆ ମୈଇତ୍ର ଜଣେ ବ୍ୟବସାୟୀ ଠାରୁ ପଇସା ନେଇ କରି ଆଦାନୀ ଗ୍ରୁପ ବିରୋଧରେ ଲୋକସଭାରେ ପ୍ରଶ୍ନ କରିବା ଅଭିଯୋଗ ଲାଗିଛି ।ଏହାକୁ ନେଇ ଲୋକସଭା ସଦାଚାର କମିଟି ମଧ୍ୟ ତଦନ୍ତ ପାଇଁ ପ୍ରଶ୍ନ କରିଛନ୍ତି ।
ପଶ୍ଚିମବଙ୍ଗ ସରକାର ଆଦାନୀ ଗ୍ରୁପକୁ ଦେଇଥିବା ଏଲଓଏଲକୁ ରଦ୍ଧ କରିବା ପାଇଁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହାକୁ ଘୋଷଣା ମଧ୍ୟ କରିଛନ୍ତି । ଏହାଛଡ଼ା ଏହି ପ୍ରୋଜେକ୍ଟରେ ପୁଣି ଟେଣ୍ଡର ପ୍ରକ୍ରିୟା ହେବ । ଏହି ପ୍ରକଳ୍ପରେ କୌଣସି କମ୍ପାନୀ ସାମିଲ ହୋଇପାରିବେ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ଆଦାନୀ ଗ୍ରୁପ ଏହି ପ୍ରୋଜେକ୍ଟ ୨୦୨୨ରେ ବଙ୍ଗେଲ ଗ୍ଲୋବାଲ ବିଜନେଟ୍ ପ୍ରୋଜେକ୍ଟରେ ପ୍ରଦାନ କରାଯାଇଥିଲା ।
wp:embed {"url":"https://www.prameyanews7.com/tunnel-trapped-emotional-message-send-to-labour-for-mother/","type":"wp-embed","providerNameSlug":"prameya-news-7"} /wp:embedଆଦାନୀ ଗ୍ରୁପକୁ ତାଜପୁର ବନ୍ଦର ବିକଶିତ କରିବା ନେଇ ପ୍ରଜେକ୍ଟ ଦିଆଯିବା ପରେ ଏହା ଉପରେ ପ୍ରଶ୍ନ ଉଠିଥିଲା । ବିରୋଧୀ ଆଦାନୀ ଗ୍ରୁପକୁ ବାରମ୍ବାର ଟାର୍ଗେଟ୍ କରି ପ୍ରଶ୍ନ ଉଠାଉଥିଲେ । ଇଣ୍ଡିଆ ଗଠବନ୍ଧନରେ ସାମିଲ୍ ଥିବା କିଛି ଦଳ ମଧ୍ୟ ଏହାକୁ ପ୍ରଶ୍ନ କରିଥିଲେ । ଏପଟେ ଟିଏମସି ସାସଂଦ ମହୁଆ ମୈଇତ୍ରଙ୍କ ଉପରେ କେସ୍ ଫର୍ କ୍ବେରୀ ଅଭିଯୋଗ ଲାଗିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି ।