ପ୍ରୟାଗରାଜ: ବହୁ ବିବାଦ ପରେ ଶେଷରେ ମମତା କୁଲକର୍ଣ୍ଣୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋମବାର ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ମମତା କୁଲକର୍ଣ୍ଣୀ କହିଛନ୍ତି, ମୁଁ ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଉଛି। ଦୁଇ ଆଖଡ଼ା ମଧ୍ୟରେ ମୋତେ ନେଇ ଯେଉଁ ବିବାଦ ଚାଲିଛି ସେଥିରେ ନେଇ ମୁଁ ମର୍ମାହତ। ମୁଁ ଜଣେ ସାଧ୍ଵୀ ଥିଲି ଏବଂ ଆଗକୁ ରହିବି ମଧ୍ୟ।
ମମତା କହିଛନ୍ତି, ମହାମଣ୍ଡଳେଶ୍ଵର ମୋତେ ଯେଉଁ ସମ୍ମାନ ଦେଇଥିଲା, ସେହି ଲୋକଙ୍କ ପାଇଁ ଆପତ୍ତିଜନକ ହୋଇଗଲା। ମୋତେ ବଲିଉଡ ଛାଡ଼ିବାର ୨୫ ବର୍ଷ ହୋଇ ଯାଇଛି। ତଥାପି ମୁଁ ଦେଖିଲି ମୋତେ ମହାମଣ୍ଡଳେଶ୍ଵର କରାଯିବାରୁ ବହୁ ଲୋକଙ୍କ ସମସ୍ୟା ହେଲା। ମୋର ଯେଉଁ ଗୁରୁ ଅଛନ୍ତି, ଯାହାଙ୍କ ସାନିଧ୍ୟରେ ଘୋର ତପସ୍ୟା କଲି, ତାଙ୍କ ବରାବର ତ ମୋତେ ସମ୍ମାନ ଦେଲେ ନାହିଁ। ଓଲଟା ବହୁ କିଛି ଶୁଣିବାକୁ ପଡ଼ିଲା।
Also read: ଛାଡପତ୍ରର ୪ ବର୍ଷ ପରେ ମୁହଁ ଖୋଲିଲେ ନାଗା ଚୈତନ୍ୟ, କହିଲେ-ମୋ ସହ ଅପରାଧି ଭଳି ବ୍ୟବହାର କାହିଁକି ?
ମୋତେ କୌଣସି କୈଳାସ କିମ୍ବା ମାନସରୋବର ଯିବାର ଆବଶ୍ୟକତା ନାହିଁ। ମୋତେ ନେଇ ଯେଉଁ ଲୋକଙ୍କ ଆପତ୍ତି ଅଛି, ସେମାନଙ୍କ ବିଷୟରେ କମ କହିବାକୁ ଉଚିତ୍ ଭାବୁନି। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ମୁଁ କାହାକୁ ଟଙ୍କା ଦେଇ ପ୍ରଲୋଭିତ କରି ନାହିଁ ବୋଲି ମମତା କୁଲକର୍ଣ୍ଣୀ କହିଛନ୍ତି। ।
ପ୍ରୟାଗରାଜରେ ଜାରି ମହାକୁମ୍ଭରେ ମମତା କୁଲକର୍ଣ୍ଣୀ କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦ ଗ୍ରହଣ କରିଥିଲେ। କିଛି ଦିନରୁ ଜାରି ବିବାଦ ପରେ ମମତା କୁଲକର୍ଣ୍ଣୀ ଏହି ପଦରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ ମହାମଣ୍ଡଳେଶ୍ଵର ପଦରୁ ବହିଷ୍କାର କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ କିନ୍ନର ଆଖଡ଼ାର ସଂସ୍ଥାପକ ଅଜୟ ଦାସ କରିଥିଲେ। ତେବେ ତାଙ୍କ ଏହି ନିଷ୍ପତ୍ତିକୁ ନେଇ ବିବାଦ ଜୋର ଧରିଲା। ଆଖଡ଼ା ଦୁଇ ଗୋଷ୍ଠୀରେ ବିଭାଜନ ହୋଇଥିଲା।