ଶୌଚ ହେବାକୁ ଯାଇଥିଲେ, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

Published By : Prameya-News7 Bureau | January 04, 2025 IST

ବାରିପଦା ୪।୧: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ସକାଳେ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଯାଇଛି ଜୀବନ । ମୃତ ବ୍ୟକ୍ତି ଜଣଙ୍କ ମୟୂରଭଞ୍ଜ ଶ୍ୟାମା ବ୍ଲକର ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ । 

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଶ୍ୟାମା ବ୍ଲକର ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ ଶନିବାର ସକାଳେ ବିଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

୫ ଟିକିଆ ହାତୀ ପଲରେ ଗୋଟିଏ ଦନ୍ତା, ଗୋଟିଏ ମାଈ ଓ ୩ଟି ଛୁଆ ହାତୀ ଥିବା ସୂଚନା ମିଳିଛି । ହାତୀଙ୍କ ଦୌରତ୍ମ୍ୟରେ କେବଳ ଜୀବନ ଯାଇନାହିଁ ଗ୍ରାମର ବ୍ୟାପକ ଫସଲ ମଧ୍ୟ ହାନି ହୋଇଛି । ମଣ୍ଡିକୁ ଯିବାଲାଗି ଥିବା ଧାନ ମଧ୍ୟ ହାତୀ ପଲ ନଷ୍ଟ କରିଛନ୍ତି ।

You Can Read:

ପଞ୍ଚମୁଖୀ ହନୁମାନ ମନ୍ଦିରରେ କଳାକନା ବୁଲାଇଲେ ଚୋର : ନେଇଗଲେ ବଜରଙ୍ଗବାଲିଙ୍କ ଚାନ୍ଦିର ଗଦା, କଳସ ଓ ମୁକୁଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.