ନିଜ ପରିବାରର ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଷୋଦଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ

Published By : Prameya-News7 Bureau | January 25, 2025 IST

ଭୁବନେଶ୍ବର ୧: ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି । ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ ।  ନିଜ ଭାଇଙ୍କ ବିରୁଦ୍ଧରେ ବିଶୋଦଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । କହିଲେ ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ବାରମ୍ବାର ନବୀନ ବାବୁଙ୍କୁ ଗାଳି କରୁଛନ୍ତି । ଦିନେ ସେହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ବାବୁଙ୍କୁ ଦେଖା କରୁଥିଲେ ଶେଷରେ ରିଜେକ୍ଟ ହୋଇଗଲେ । 

ସେହିପରି ସୁର ରାଉତରାୟଙ୍କୁ ନେଇ  ବିଜେପିର ବଡ଼ ନେତାଙ୍କୁ ଦିଲ୍ଲୀରେ ଦେଖା କରିଥିଲେ । ସେଠି ବି ରିଜେକ୍ଟ ହୋଇଥିଲେ । ଯଦି ସେ ଓଡ଼ିଶାକୁ ଏତେ ଭଲ ତେବେ ସେ ୧୮ ବର୍ଷ ଆମେରିକାରେ କ’ଣ   କରୁଥିଲେ । ଏଠି ମା’-ବାପାଙ୍କୁ ଛାଡ଼ି ସେଠି କ’ଣ କରୁଥିଲେ । ଏଠି ବାପା-ମା’ଙ୍କ ସମ୍ପତିକୁ ବ୍ୟବହାର କରି ସେଠି କ’ଣ କରୁଥିଲେ । କାହିଁକି ତାଙ୍କ ପରିବାର ଆମେରିକାର ପାସ୍‌ପୋର୍ଟରେ ଅଛନ୍ତି । ଆମେ ତ ଆମ ମାଟିକୁ ଛାଡିନୁ । ଯେହେତୁ କିଛି ପାଇଲେନି ସେଥିପାଇଁ ନବୀନ ବାବୁଙ୍କୁ ଗାଳି କରୁଛନ୍ତି । ମୋ ଗୁରୁଙ୍କୁ ସେ ବ୍ୟକ୍ତି ଗାଳି କରୁଛନ୍ତି ତାହା ମୁଁ ସହି ପାରିବିନି । ଯାହା ସେ କହୁଛନ୍ତି ତାକୁ ପ୍ରମାଣ କରି କି ଦେଖାନ୍ତୁ ।

You Can Read:

ଯେଉଁମାନେ ଭୁଲ କରିଥିଲେ ଭୁଲ ମାନୁଛନ୍ତି, ପଶ୍ଚାତାପ କରୁଛନ୍ତି : ମନ୍ମଥ ରାଉତରାୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.