ସମାଜକୁ ମାଣ୍ଡିଆର ଉପକାରିତା ବାର୍ତ୍ତା ଦେଲେ ଗଣଶିକ୍ଷା ମନ୍ତ୍ରୀ, ମାଗି ପିଇଲେ ମାଣ୍ଡିଆ ଜାଉ

Published By : Prameya-News7 Bureau | March 17, 2025 IST

ଉମରକୋଟ : ପୁଣି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ ଗଣଶିକ୍ଷା ମନ୍ତ୍ରୀ । ପିଇଲେ ମାଣ୍ଡିଆ ଜାଉ । ମାଣ୍ଡିଆର ଉପକାରିତା ନେଇ ସମାଜକୁ ଦେଲେ ବାର୍ତ୍ତା । ନବରଙ୍ଗପୁର ଗସ୍ତରେ ଥିବା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଭଳି କରିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିଜର ସାଧାରଣ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସୋମବାର ନବରଙ୍ଗପୁର ଜିଲ୍ଲା ଗସ୍ତରେ ଥିବା ସମୟରେ ମନ୍ତ୍ରୀ ମାଣ୍ଡିଆ ଜାଉ ପିଇ ପୁଣି ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ମାଣ୍ଡିଆକୁ ନେଇ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ମନ୍ତ୍ରୀ ନିଜେ ମାଣ୍ଡିଆ ଜାଉ ମାଗି ଗ୍ରହଣ କରି ସମାଜକୁ ମାଣ୍ଡିଆର ଉପକାରିତାର ବାର୍ତ୍ତା ଦେଇଛନ୍ତି । 

ମନ୍ତ୍ରୀ ଉମରକୋଟ ପୌରପାଳିକାର ୧୨ ନମ୍ବର ୱାର୍ଡକୁ ଗସ୍ତରେ ଯାଇଥିଲେ । ସେଠାରେ ସେ ୱାର୍ଡବାସୀଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଜଣେ ଦଳିତ ମହିଳାଙ୍କ ଘରେ ମାଣ୍ଡିଆ ଜାଉ ପିଇଥିଲେ । ମନ୍ତ୍ରୀଙ୍କୁ ନିଜ ୱାର୍ଡରେ ପାଇ ୱାର୍ଡବାସୀ ବେଶ ଖୁସି ହୋଇଥିଲେ । ୱାର୍ଡବାସୀଙ୍କ ସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । 

କେନ୍ଦ୍ର ଓ ରାଜ୍ୟ ସରକାର ମିଲେଟ୍‌କୁ ଶ୍ରୀ ଅନ୍ନ ମାନ୍ୟତା ପ୍ରଦାନ କରି ଏହାର ଅଧିକ ଉତ୍ପାଦନ ବୃଦ୍ଧି ଓ ବ୍ୟବହାର ଉପରେ ଗୁରୁତ୍ବାରୋପ କରୁଛନ୍ତି । ସବୁ ବର୍ଗର ବ୍ୟକ୍ତି ନିଜ ଖାଦ୍ୟସୂଚୀରେ ଏହାକୁ ସାମିଲ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।


You Can Read:

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତୃ ବିୟୋଗ, ୮୪ ବର୍ଷ ବୟସରେ ଆଖି ବୁଜିଲେ ଦେବେନ୍ଦ୍ର ପ୍ରଧାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.