କଟକ ୮/୪: ଆସିଲା ମାଟ୍ରିକ ରେଜଲ୍ଟ ତାରିଖ । ମେ' ମାସ ଦ୍ବିତୀୟ ସପ୍ତାହରେ ଆସିବ ଫଳାଫଳ । ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଖାତା ଦେଖାରେ ସାମାନ୍ୟ ବିଳମ୍ବ ହୋଇଛି । ୨ରୁ ୩ ଦିନ ମଧ୍ୟରେ ସରିବ ଖାତା ଦେଖା କାର୍ଯ୍ୟ । AI ଓ QR କୋଡ୍ ଦ୍ବାରା ସଫଳ ହୋଇଛି ପରୀକ୍ଷା ପରିଚାଳନା । ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ ନେଇ କିଛି ଅସୁବିଧା ହେବନି । ଗ୍ରେସ ମାର୍କ ସଂପର୍କରେ ନିଷ୍ପତ୍ତି ନେବ ପରିଚାଳନା କମିଟି । ତେବେ ମେ' ମାସର କେଉଁ ତାରିଖରେ ପରୀକ୍ଷା ଫଳ ଆସିବ ସେ ନେଇ ବୋର୍ଡ ସଭାପତି କିଛି ସ୍ପଷ୍ଟ କରିନାହାନ୍ତି ।
ଚଳିତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟରେ ହୋଇଥିବା ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା ହୋଇଥିଲା । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା ସହ ୬ ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଥିଲା । ସେହିପରି ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ QR କୋଡ୍ ବ୍ୟବସ୍ଥା ହୋଇଥିଲା ।