ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବଡ଼ ରାଜନୀତିକ ପ୍ରସଙ୍ଗ ପାଲଟିଥିବା ନାଗରିକ ସଂଶୋଧନ ଆଇନ (ସିଏଏ) ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଲାଗୁ ହୋଇପାରେ । ଆବେଦନ ଏବଂ ନାଗରିକତା ପ୍ରଦାନ ପ୍ରକ୍ରିୟା ଅନଲାଇନ ହେବ ଏବଂ ଏଥିପାଇଁ ପୋର୍ଟଲ୍ ପ୍ରସ୍ତୁତ କରାଯାଇଛି । ସିଏଏ ସହ ଜଡ଼ିତ ନିମୟକୁ ଅଧିସୂଚିତ କରାଯିବା ପରେ ପୋର୍ଟାଲ୍ କାର୍ଯ୍ୟକାରୀ ହେବ ।
ଉଲ୍ଲେଖଯୋଗ୍ୟ ଯେ ଗୃହମନ୍ତ୍ରୀ ଅମିତ୍ ଶାହ ବାରମ୍ୱାରା ସିଏଏ ଲାଗୁ କରିବା ନେଇ ଘୋଷଣା କରୁଛନ୍ତି । ସିଏଏ ଅଧିନରେ ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରୁ ୨୦୧୪ ଡିସେମ୍ୱରେ ୩୧ ପୂର୍ବରୁ ଭାରତ ଆସିଥିବା ଛଅ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ୍, ଜୈନ, ବୌଦ୍ଧ ଏବଂ ପରାସୀ)ଙ୍କୁ ଭାରତର ନାଗରିକତା ଦିଆଯିବ ।
wp:html/wp:htmlMinistry of Home Affairs (MHA) could notify the CAA rules any time before the model code of conduct is implemented. The CAA rules would ensure the processing of Indian citizenship applications from persecuted minorities in Afghanistan, Pakistan and Bangladesh: Sources
— ANI (@ANI) February 27, 2024
ଏଥିପାଇଁ ଆବେଦନକାରୀଙ୍କୁ କୌଣସି ଦସ୍ତାବିଜ ଦେବାକୁ ପଡ଼ିବ ନାହିଁ । ଏହି ଦେଶରୁ ଆସିଥିବା ବିସ୍ଥାପିତଙ୍କୁ କେବଳ ପୋର୍ଟାଲରେ ଅଇଲାଇନ ଆବେଦନ କରିବାକୁ ପଡ଼ିବ । ଏହାପରେ ଗୃହ ମନ୍ତ୍ରଣାଳୟ ଏହାର ତଦନ୍ତ କରି ନାଗରିକତା ଜାରି କରିବ । ଉଲ୍ଲେଖଯୋଗ୍ୟ ଯେ ନାଗରିକତା ଦେବାର ପୂର୍ଣ୍ଣ ଅଧିକାର କେନ୍ଦ୍ର ସରକାରଙ୍କ ନିକଟରେ ରହିଛି ।
୨୦୧୯ରେ ଶୀତ ଅଧିବେଶନରେ ସଂସଦରେ ସିଏଏ ଆଇନ ଗୃହୀତ ହେବା ପରେ ଏହାକୁ ବିରୋଧ କରାଯାଇଥିଲା । ଶାହୀନ ବାଗ ଏବଂ ଅନ୍ୟ ସ୍ଥାନରେ ଅନେକ ମାସ ଯାଏ ପ୍ରଦର୍ଶନକାରୀ ବିରୋଧ ପ୍ରଦର୍ଶନ କରିଥିଲେ । ବିରୋଧ ପ୍ରଦର୍ଶନକୁ ଦେଖି ସରକାର ଏହାକୁ ଲାଗୁ କରିବା ପାଇଁ ଅଧିକ ସତର୍କ ହୋଇଥିଲେ । ପ୍ରାୟ ଚାରି ବର୍ଷର ଅପେକ୍ଷା ପରେ ଏବେ ସରକାର ଏହା ଉପରେ ଆଗକୁ ବଢୁଛନ୍ତି ।