ଭଦ୍ରକ ୦୪/୦୨: ମନ୍ତ୍ରୀ ଦେଖାଇଲେ ମହାନତା । ଦୁର୍ଘଟଣାରେ ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ପଠାଇଲେ ହସ୍ପିଟାଲ୍ । ନିଜ ଗାଡ଼ିରେ ପଠାଇଥିଲେ ମେଡିକାଲ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ନଜର ଆସିଛି ଏପରି ଘଟଣା ।
ସୂଚନା ଥାଉକି, ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ବୋଡ଼କ-କାସିମପୁର ରାସ୍ତାରେ ଜଣେ ମହିଳାଙ୍କ ଦୁର୍ଘଟଣା ଘଟି ରାସ୍ତା କଡରେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବା ଦେଖିଥିଲେ । ଆହତ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇ ଅନ୍ଧାର ରାସ୍ତାରେ ପଡ଼ିଥିଲେ । ଏହା ଦେଖି ମନ୍ତ୍ରୀ ସଂଗେ ସଂଗେ ଗାଡିରୁ ଓହ୍ଲାଇ ଗାଡି ଅଟକାଇ ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ବସାଇ ଚିକିତ୍ସା ପାଇଁ ଚିକିତ୍ସାଳୟକୁ ପଠାଇଛନ୍ତି ।
alos read...
ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ, ନାବାଳିକାକୁ ପଛ ପଟୁ ଧକ୍କା ଦେଲା