ଭୁବନେଶ୍ବର ୧୦।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କେଉଁଠି, କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ୍ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ ।
ବଡ଼ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଅଧିକାରୀ ମାନଙ୍କର ମଧ୍ୟ ପରିସ୍ଥିତି ଦେଖି ଆଗାମୀ ସମୟରେ ଛୁଟି ବାତିଲ ହେବ ।
ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନର ସୁରକ୍ଷା ବୃଦ୍ଧି କରାଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଭଳି ସ୍ଥାନର ସୁରକ୍ଷା ବଢ଼ାଯାଇଛି । ହୀରାକୁଦ ଡ୍ୟାମ୍ର ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ପ୍ରବେଶ ନିଷେଧ କରାଯାଇଛି ।
ସେହିପରି ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ମଧ୍ୟ ସୁରକ୍ଷା ଭିତରେ ଅଛି । ବଲାଙ୍ଗିର, କୋରାପୁଟ ଆଦି ସ୍ଥାନରେ ଥିବା ଗୋଳାବାରୁଦ କାରଖାନାରେ ମଧ୍ୟ୍ୟ ସୁରକ୍ଷା ବଢ଼ାଯାଇଛି । ଅତୀତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କ ଗତିବିଧି ଉପରେ ଓଡ଼ିଶା ପୋଲିସ ତୀକ୍ଷ୍ଣ ନଜର ରଖିଛି ବୋଲି ସୁରେଶ ପୂଜାରୀ କହିଛନ୍ତି ।
You Can Read:
ମହାନଦୀ କୂଳରେ ପଡିଛି ଯୁବକଙ୍କ ମୃତଦେହ, କିଛି ଦୂରରେ ବାଇକ୍ ଓ ପ୍ୟାଣ୍ଟ୍-ସାର୍ଟ