ମହାନଦୀ କୂଳରେ ପଡିଛି ଯୁବକଙ୍କ ମୃତଦେହ, କିଛି ଦୂରରେ ବାଇକ୍ ଓ ପ୍ୟାଣ୍ଟ୍-ସାର୍ଟ

Published By : Prameya-News7 Bureau | May 10, 2025 IST

ସାଲେପୁର ୧୦: ସାଲେପୁର କିଶନନଗର ଥାନା ଗୁଆଳି ମଠ ସାହି ମହାନଦୀ କୂଳରେ ଯୁବକଙ୍କୁ ହତ୍ୟା । ମୃତ ଯୁବକ ଜଣକ ହେଲେ ନିଶ୍ଚିନ୍ତକୋଇଲି ସରପଡା ବୋଧଙ୍ଗ ଗାଁର ଦେବେନ୍ଦ୍ର ସ୍ବାଇଁଙ୍କ ପୁଅ ଅମ୍ଳାନ ଜ୍ୟୋତି ସ୍ବାଇଁ । ଅମ୍ଳାନ ଜ୍ୟୋତିଙ୍କୁ କେହି ମାରି ମହାନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । କିଛି ଦୂରରେ ତାଙ୍କ ବାଇକ୍ ଓ ପ୍ୟାଣ୍ଟ୍, ସାର୍ଟ, ଚପଲ ମଧ୍ୟ ପଡ଼ିଛି । କିଶନନଗର ପୋଲିସ ଓ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । 

ସୂଚନାଯୋଗ୍ୟ ଯେ, ଦେବେନ୍ଦ୍ରଙ୍କ ପରିବାର ସାଲେପୁର ମାଛୁଆତି ଗ୍ରାମରେ ଭଡା ନେଇ ରହୁଥିଲେ । ପ୍ରତିଦିନ ଭଳି ପୁଅ ଅମ୍ଳାନ ଶୁକ୍ରବାର ସନ୍ଧ୍ୟାରେ ଯୋଗ କରିବାକୁ ଆସି ଘରକୁ ଫେରି ନଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଶନିବାର ସକାଳୁ କିଶନନଗର ଥାନା ମହାନଦୀ କୂଳରେ ଏକ ମୃତଦେହ ପଡିଥିବା ବେଳେ ଅନତି ଦୂରରେ ବାଇକ୍ ଓ ପ୍ୟାଣ୍ଟ୍, ସାର୍ଟ, ଚପଲ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପରେ ପରିବାର ସଦସ୍ୟ ନିଜ ପୁଅକୁ କେହି ମାରି ଫିଙ୍ଗି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ, ଗାଡି ଓ ମୋବାଇଲକୁ ଜବତ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ।

You Can Read:

ଜିଲ୍ଲାପାଳ-ଆର୍‌ଡିସି-ଆଇପିଏସ୍‌ଙ୍କ ଛୁଟି ବାତିଲ, ଭାରତ-ପାକିସ୍ତାନ ଟେନସନ୍ ଭିତରେ ଏପରି ନିର୍ଦ୍ଦେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.