ଛାତ୍ରୀ ମୃତ୍ୟୁକୁ ନେଇ ରାଜନୀତି ନ ହେଉ, ସମୟ ଲାଗିବ, ତଥାପି ଦୋଷୀ ପାଇବ ଦଣ୍ଡ

Published By : Prameya-News7 Bureau | July 16, 2025 IST

ଭୁବନେଶ୍ୱର ୧୬/୦୭: ବିଜେପି କାର୍ଯ୍ୟାଳୟରେ ଚାଲିଥିବା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି । ବୈଠକ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ସେ କହିଛନ୍ତି ମୋହନ ମାଝିଙ୍କ ସରକାର FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସଠିକ୍ ଭାବରେ ତଦନ୍ତ କରିବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯେଉଁମାନେ ସାମିଲ ଓ ଦାୟୀ ସେମାନେ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । 


ଆଇନ ତା ବାଟରେ ଯିବ । ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି । ଯାହା ଫଳରେ ଏ ଅଘଟଣ ଘଟିଲା ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । କାରଣ ଏମିତି କରିବା ଦ୍ୱାରା ଝିଅର ମାନସିକ ଯନ୍ତ୍ରଣା ବୃଦ୍ଧି ହେବା ସହ ଆତ୍ମହତ୍ୟାରେ ପରିଣତ ହେଲା । ଆତ୍ମହତ୍ୟା ପାଇଁ ଯେଉଁମାନେ ବାଧ୍ୟ କରିଛନ୍ତି ସେମାନଙ୍କୁ ଖୋଜିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ଘଟଣାର ସମ୍ପୂର୍ଣ ତଥ୍ୟ ସଂଗ୍ରହ କରାଯାଉଛି । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ନ ହେଉ । ଛାତ୍ରୀଙ୍କ ନ୍ୟାୟ ପାଇଁ ଓଡ଼ିଶା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତଦନ୍ତ ପାଇଁ ସମୟ ଲାଗିବ। ଆଗକୁ ଯାହା ପଦକ୍ଷେପ ନେବାକୁ ହେବ ସରକାର ସମସ୍ତ ପଦକ୍ଷେପ ନେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.