ଆଠଗଡ଼ ୨୩।୫: ଭଉଣୀର ଖୁସି ନିମିଷକ ମଧ୍ୟରେ ମିଳେଇ ଗଲା । ଭଉଣୀର ବାହାଘର ପରେ ଶାଶୁଘରେ ଛାଡିବାକୁ ଆସିଥିଲେ ନାବାଳକ ଭାଇ । ପୋଖରୀରେ ବୁଡି ହରାଇଲେ ପ୍ରାଣ । ଏଭଳି ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା କୁମ୍ଭିପୁଟ ଗ୍ରାମରେ । ତିଗିରିଆ ଥାନା ଅନ୍ତର୍ଗତ କୁମ୍ଭିପୁଟ ଗ୍ରାମ ସଉରୁଣୀ ଗାଡ଼ିଆ ପୋଖରୀରେ ବୁଡ଼ି ୧୦ ବର୍ଷ ନାବାଳକଙ୍କ ମୁତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଆଠଗଡ଼ ବାସୁଦେବପୁର ଅଞ୍ଚଳର ହରସ ନାଏକଙ୍କ ୧୦ ବର୍ଷର ନାବାଳକ ପୁଅ ପ୍ରିୟାନ୍ସ । ଅସାବଧାନତାରୁ ଏଭଳି ଦୁଃଖଦ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଆଠଗଡ଼ ବାସୁଦେବପୁର ଅଞ୍ଚଳର ହରଷ ନାଏକଙ୍କ ଝିଆରୀ ସୋନାଲି ନାଏକଙ୍କ ବାହାଘର ଗତ ୩ ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ କୁମ୍ବୀପୁଟ ଗ୍ରାମର ରବି ନାଏକଙ୍କ ପୁଅ ବାପୁ ନାଏକଙ୍କ ସହ ହୋଇଥିଲା । ନିଜ ଭଉଣୀକୁ ଶାଶୁଘର ଛାଡିବା ପାଇଁ ଆସିଥିଲେ ପ୍ରିୟାନ୍ସ । ତେବେ ଶୁକ୍ରବାର ସକାଳ ସମୟରେ ଗାଁର କିଛି ପିଲାଙ୍କ ସହିତ ସ୍ଥାନୀୟ ସଉରୁଣୀ ଗାଡ଼ିଆ ପୋଖରୀକୁ ଗାଧୋଇବାକୁ ଯାଇ ଅସାବଧାନତା କାରଣରୁ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରିୟାନ୍ସକୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତିଗିରିଆ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
You Can Read:
ସିସିଟିଭି ଫୁଟେଜ୍ରୁ ଧରାପଡିଲା ଚୋର, ତାଲା ଭାଙ୍ଗି ନେଇଯାଇଥିଲେ ଆସବାବପତ୍ର