ବାଲିପାଟଣା ୨୩।୫: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରୁ କରିଥିଲେ ଚୋରି । ସିସିଟିଭି ଫୁଟେଜ୍ ଆଧାରରେ ବନ୍ଧା ହେଲା ଚୋର ।
ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ସରିପୁର ନିକଟରେ ଥିବା ଏକ ବେସରକାରୀ ବିଦ୍ୟାଳୟ ଏବଂ ଏକ ଫର୍ଣ୍ଣିଚର ଦୋକାନରୁ ଚୋରି ହୋଇଥିଲା । ଗତ ୧୬ ତାରିଖରେ କେହି ଦୁର୍ବୃତ୍ତ ଘର ତାଲା ଭାଙ୍ଗି ଆସବାବପତ୍ର ଚୋରି କରିବା ସହ ନଗଦ ଟଙ୍କା ଚୋରି ହୋଇଥିଲା । ଚୋରି ସମୟରେ ଚୋରର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା । ଦୋକାନୀଙ୍କ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରି ଚୋରକୁ ଗିରଫ କରିଛି । ଗିରଫ ଚୋର ହେଉଛି ସରିପୁର ଗ୍ରାମର ଗଗନ ପାଗଡ । ତା ନିକଟରୁ ୧୧ହଜାର ଟଙ୍କା, କବାଟ ଭଙ୍ଗାରେ ବ୍ୟବହୃତ ଲୁହା ରଡ଼୍ ଏବଂ ଚୋରି ବେଳେ ପନ୍ଧିଥିବା ୨ଟି ଗାମୁଛା ଜବତ କରିଛି ପୋଲିସ ।
You Can Read: