ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା, ଲାଗିବ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି

Published By : Prameya-News7 Bureau | May 23, 2025 IST

ପୁରୀ ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା । ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି । ଏ ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ । ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ଲାଗିଲେ ଡ୍ରୋନ୍ ଉଡିବା ପରେ ଏହାକୁ ଖସାଇ ଦିଆଯାଇ ପାରିବ । ଆବଶ୍ୟକ ପଡିଲେ ମନ୍ଦିର ପ୍ରଶାସନ ଅର୍ଥ ଦେବ । ଏ ନେଇ ବିଚାର ଚାଲିଥିବା ଆଇନ ମନ୍ତ୍ରୀ କହିଛନ୍ତି ।


ସେପଟେ ପରିଚାଳନା କମିଟି ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ଶ୍ରୀମନ୍ଦିର ପରିଚାଳନା କମିଟିରେ ୧୫ ପ୍ରତିଶତ ସଦସ୍ୟ ବାହାରୁ ରହନ୍ତି । ପରିଚାଳନା ଦୃଷ୍ଟିରୁ କିଛି ଅସୁବିଧା ନାହିଁ । ଆକ୍ଟ ଅନୁଯାୟୀ, ଯାହା ହେବା କଥା ହେଉଛି । କିଛି ସ୍ଥାୟୀ ସଦସ୍ୟଙ୍କ ସହ ସ୍ଥାୟୀ ସଭାପତି ଭାବେ ଗଜପତି ମହାରାଜା ଅଛନ୍ତି । କିଛି ସଦସ୍ୟ ବାହାରୁ ରହିଥାନ୍ତି । ତର୍ଜମା କରାଯାଉଛି କେବେ ହେବ । ପରିଚାଳନା କମିଟି ଭିତରେ ୫ ଜଣ ସେବାୟତ, ୨ ଜଣ ନିମନ୍ତ୍ରିତ ସଦସ୍ୟ ଏବଂ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବେସରକାରୀ ସଦସ୍ୟ ରହିବା କଥା । ଯେଉଁମାନେ ସ୍ଥାୟୀ ସଦସ୍ୟ ଅଛନ୍ତି ସେମାନେ ଯାହା ନିଷ୍ପତ୍ତି ନେବା କଥା ତାହା ସେମାନେ ନେଇପାରିବେ । ତାହା ଏତେ ବଡ଼ କଥା ନୁହେଁ । ଏହାଦ୍ବାରା ମନ୍ଦିରର ପରିଚାଳନା ପାଇଁ କୌଣସି ନିଷ୍ପତ୍ତି ନେବାରେ ଅସୁବିଧା ହେବନି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

You Can Read:

ଆସନ୍ତା ମେ’ ୩୧ରୁ ଜୁନ୍ ୨୬ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.