ମୁମ୍ୱାଇ ୨୪/୦୫: ପରଲୋକରେ ବଲିଉଡର ନାମୀଦାମୀ ଅଭିନେତା ମୁକୁଲ ଦେବ । ୫୪ ବର୍ଷ ବୟସରେ ସେ ଦୁନିଆକୁ କହିଛନ୍ତି ଅଲ୍ବିଦା । ଗତ କିଛିଦିନ ହସ୍ପିଟାଲରେ ICUରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେପଟେ ଏଭଳି ଅଭିନେତାଙ୍କୁ ହରାଇ ଦୁଃଖରେ ବୁଡିଛି ବଲିଉଡ୍ ।
ଅଭିନେତାଙ୍କ ମୃତ୍ୟୁ ଖବର ଶୁଣିବା ପରେ, ଅନେକ ତାରକା ତାଙ୍କ ସୋସିଆଲ ମିଡିଆରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । କାହାଣୀ ସେୟାର କରି ଲେଖିଛନ୍ତି ସହଜରେ ବିଶ୍ୱାସ କରିହେଉନି । ଲାଗୁଛି ଯେମିତି ମିଛ । ଅଭିନେତାଙ୍କ ସହ-କଳାକାର ହଂସଲ ମେହେତା ଏବଂ ଗୁନୀତ ମୋଙ୍ଗା ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଭିନେତା ତାଙ୍କ ଚିକିତ୍ସା ସମୟରେ ଦିଲ୍ଲୀରେ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ନିକଟତର ବନ୍ଧୁମାନେ ତାଙ୍କ ଘରେ ପହଞ୍ଚିଛନ୍ତି ।
କହିବାକୁ ଗଲେ, ୧୯୯୬ ମସିହାରେ ଟେଲିଭିଜନ ଧାରାବାହିକ 'ମୁମକିନ୍' ରୁ ଆରମ୍ଭ କରିଥିଲେ ସେ । ଏହାସହ ସଲମାନ ଖାନ ଓ ଅଜୟ ଦେବଗନଙ୍କ ସହିତ ଅନେକ ଫିଲ୍ମରେ ନଜର ଆସିଛନ୍ତି ମୁକୁଲ ଦେବ । ମୁକୁଲ 'ସନ୍ ଅଫ୍ ସର୍ଦ୍ଦାର', 'ଆର୍...ରାଜକୁମାର', 'ଜୟ ହୋ' ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।
Rest in peace my brother #MukulDev ! The time spent with you will always be cherished and #SonOfSardaar2 will be your swansong where you will spread joy and happiness to the viewers and make them fall down laughing ! pic.twitter.com/oyj4j7kqGU
— Vindu Dara Singh (@RealVinduSingh) May 24, 2025
ମୁକୁଲ ଦେବଙ୍କ ଜନ୍ମ ନୂଆଦିଲ୍ଲୀରେ ଜଳନ୍ଧର ନିକଟସ୍ଥ ଏକ ଗାଁରେ ଥିବା ଏକ ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କ ବାପା ହରି ଦେବ ପୋଲିସରେ ଆସିଷ୍ଟାଣ୍ଟ୍ କମିଶନର ଥିଲେ ଏବଂ ସେ ହିଁ ମୁକୁଲଙ୍କୁ ଆଫଗାନ ସଂସ୍କୃତି ସହିତ ପରିଚିତ କରାଇଥିଲେ। ତାଙ୍କ ବାପା ପାସ୍ତୋ ଏବଂ ପାରସୀ ଭାଷା କହିପାରୁଥିଲେ।
ମୁକୁଲଙ୍କର ମନୋରଞ୍ଜନ ଜଗତ ସହିତ ପ୍ରଥମ ପରିଚୟ ୮ମ ଶ୍ରେଣୀରେ ହୋଇଥିଲା ଯେତେବେଳେ ସେ ମାଇକେଲ୍ ଜ୍ୟାକ୍ସନ୍ଙ୍କୁ ଅନୁକରଣ କରି ଦୂରଦର୍ଶନର ଏକ ଡ୍ୟାନ୍ସ ଶୋ’ରେ ପ୍ରଦର୍ଶନ କରିଥିଲେ ଏବଂ ଏଥିପାଇଁ ସେ ତାଙ୍କର ପ୍ରଥମ ପାରିଶ୍ରମିକ ପାଇଥିଲେ। ମୁକୁଲ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାନ ଏକାଡେମୀରୁ ବିମାନ ଉଡ଼ାଣରେ ତାଲିମ ନେଇଥିଲେ।