ଆସନ୍ତା ମେ’ ୩୧ରୁ ଜୁନ୍ ୨୬ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 23, 2025 IST

ଭୁବନେଶ୍ବର : ନିଶା ନିବାରଣ ଅଭିଯାନ ପାଳନ କରିବ ଅବକାରୀ ବିଭାଗ । ଆସନ୍ତା ୩୧ ମେ’ରୁ ଜୁନ୍ ୨୬ ମାସେବ୍ୟାପୀ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ । ମେ’ ୩୧ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବର୍ଷରେ ତିନି ଥର ଚାଲିବ କ୍ୟାମ୍ପେନ । ପ୍ରତି ଗାଁରେ ଦାଶକାଠିଆ, ଘୋଡା ନାଚ, ଲୋକ କଳା ମାଧ୍ୟମରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ବିଭାଗ । ନିଶା ବ୍ୟବହାରର ଅପକାରିତା ଓ ପ୍ରଭାବ ନେଇ ସଚେତନତା କରାଯିବ । ଅବକାରୀ ବିଭାଗ ସହ ପୋଲିସ, STF, ମିଶନ ଶକ୍ତି, ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ କ୍ୟାମ୍ପେନ କରିବେ । ମଦ ଓ ଡ୍ରକ୍ସ ବିରୁଦ୍ଧରେ ମଧ୍ୟ କ୍ୟାମ୍ପେନ ଚାଲିବ । ସ୍କୁଲ, କଲେଜରେ ରଚନା ମାଧ୍ୟମରେ ପିଲା ଅନଲାଇନରେ ବାର୍ତ୍ତା ପହଞ୍ଚାଇବେ । ଶ୍ରେଷ୍ଠ ବିବେଚିତକୁ ପୁରସ୍କୃତ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

କିଭଳି ଏହାକୁ କାର୍ଯ୍ୟକାରୀ କରାଯିବ ସେନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଉଚ୍ଚ ସ୍ତରୀୟ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବ, ଅବକାରୀ କମିଶନର, ଏସଟିଏଫ ଡିଆଇଜିଙ୍କ ସହ ମିଶନ ଶକ୍ତି, ଶିକ୍ଷା ଓ କଳା ଓ ସଂସ୍କୃତି ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ମଦ ଓ ଡ୍ରକ୍ସ ବିରୁଦ୍ଧରେ କ୍ୟାମ୍ପେନକୁ ଗାଁ ପର୍ଯ୍ୟନ୍ତ ପହଞ୍ଚାଇ ଗାଡିରେ ପ୍ରଚାର ସହ ନାଟକ ମାଧ୍ୟମରେ କିପରି ଲୋକଙ୍କୁ ସଚେତନ କରାଯିବ ସେନେଇ ଆଲୋଚନା ହୋଇଛି । ତେବେ ଗାଇଡ଼ ଲାଇନ ଉଲଂଘନ କରି ଭୁବନେଶ୍ୱରର ୟୁନିଟ ୮ ଡିଏଭି ସ୍କୁଲ ଓ ସୈନିକ ସ୍କୁଲ ପାଖରେ ମଦ ଦୋକାନ ଥିବା ଯୋଗୁଁ ବାତାବରଣ ଖରାପ ହେଉଥିବା ଅଭିଯୋଗ କରିଥିଲା ଶିକ୍ଷା ବିଭାଗ । ଏ ଦିଗରେ ତର୍ଜମା କରାଯାଇ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି । ସେହିପରି ଗଞ୍ଜେଇ ଚାଷ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ କରିବାକୁ ଅନୁରୋଧ କରିଥିଲେ ଏସଟିଏଫ ଡିଆଇଜି ।

You Can Read:

ବାରିପଦା ପୌରପରିଷଦରେ ଭିଜିଲାନ୍ସ ଟିମ୍, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ କିରାଣୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.