ବାରିପଦା ୨୩।୫: ବାରିପଦା ପୌରପରିଷଦରେ ଭିଜିଲାନ୍ସ ଚଢାଉ । ଧରାପଡିଗଲେ ବାରିପଦା ମ୍ୟୁନିସିପାଲଟିର ଏଷ୍ଟାବ୍ଲିଶମେଣ୍ଟ ସେକ୍ସନ ବରିଷ୍ଠ କିରାଣୀ ଗୋପାଳକୃଷ୍ଣ ପ୍ରଧାନ । ଦୋକାନ ଘର ମାଲିକାନା ପରିବର୍ତ୍ତନ ପାଇଁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ ।ଅଭିଯୋଗକାରୀ ମହମ୍ମଦ ଜାଭିରଙ୍କ ଠାରୁ ଲାଞ୍ଚ ନେଉଥିଲେ । ଟଙ୍କା ନେବା ସମୟରେ ମାଡ଼ିବସିଲା ବାରିପଦା ଭିଜିଲାନ୍ସ ଟିମ୍ ।
ବାରିପଦା ମ୍ୟୁନିସିପାଲଟିରେ ଜଣେ ବରିଷ୍ଠ କିରାଣୀଙ୍କୁ ଧରିଛି ଭିଜିଲାନ୍ସ । ୧୦ ହଜାରଟଙ୍କା ଲାଞ୍ଚ କାରବାର ହେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ରଙ୍ଗେହାତ୍ ଧରାପଡ଼ିଛନ୍ତି ବାରିପଦା ପୌର ପରିଷଦର ଏଷ୍ଟାବ୍ଲିସମେଣ୍ଟ ବିଭାଗର ବରିଷ୍ଠ କିରାଣୀ ଗୋପାଳକୃଷ୍ଣ ପ୍ରଧାନ । ଅଭିଯୋଗକାରୀ ବାରିପଦା ପୁରୁଣା ହାଟସାହିର ମହମ୍ମଦ ଜାଭିର ତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଥିବା ୨ଟି ଦୋକାନ ଘରର ମାଲିକାନା ପରିବର୍ତ୍ତନ ଲାଗି ଆବେଦନ କରିଥିଲେ । ଦୀର୍ଘ ଦିନ ଧରି ଗୋପାଳ କୃଷ୍ଣ ତାଙ୍କୁ ନିରାଶ କରି ଆସୁଥିଲେ । ଶେଷରେ ୧୦ ହଜାର ଟଙ୍କା ଦେଲେ କାମ ହେବ ବୋଲି କହିଥିଲେ । ଏ ବାବଦରେ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଶୁକ୍ରବାର ସକାଳ ସମୟରେ ମହମ୍ମଦ ଜାଭିର ଯୋଜନା ମୁତାବକ ଗୋପାଳ କୃଷ୍ଣଙ୍କୁ ୧୦ହଜାର ଲାଞ୍ଚ ଦେବାବେଳେ ଭିଜିଲାନ୍ସ ସେହିଠାରେ ହିଁ ତାଙ୍କୁ ଧରିଥିଲା । ଧରାପଡ଼ିବା ପରେ ଅଧିକ ଜେରା ଲାଗି ଗୋପାଳଙ୍କୁ ବାରିପଦା ଭିଜିଲାନ୍ସ ଅଫିସକୁ ଅଣାଯାଇଛି ।
You Can Read:
ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରା ପାଇଁ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର