ନୟାଗଡ଼ ୨୦।୫: ନୟାଗଡ଼ ଜିଲ୍ଲା ଦଶପଲ୍ଲା-ଭଞ୍ଜନଗର ରାସ୍ତାରେ ଲୁଟେରାଙ୍କ ଆତଙ୍କ । ପଥଚାରୀଙ୍କୁ ଆକ୍ରମଣ ପରେ ପୋଡ଼ିଦେଲେ ବାଇକ୍ । ବାଇକ୍ ଚାଳକ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଦଶପଲ୍ଲା-ଭଞ୍ଜନଗର ରାଜ୍ୟ ରାଜପଥର ଦଶପଲ୍ଲା ଥାନା ସାକେଣୀ ଗାଁ ଠାରୁ କିଛି ଦୂରରେ ୮ ଜଣ ଦୁର୍ବୃତ୍ତ ଏକ କଳା ସ୍କର୍ପିଓରେ ଆସି ପଥଚାରୀଙ୍କ ବାଇକ୍ ଅଟକାଇ ମାରଣାସ୍ତ୍ରରେ ଅଚାନକ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ପଥଚାରୀଙ୍କ ବାଇକ୍ ମଧ୍ୟ ରାସ୍ତାକଡରେ ପୋଡି ଦେଇଥିଲେ ଦୁର୍ବୃତ୍ତ । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ଜଣକ ଦଶପଲ୍ଲା ଥାନା ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା ବୋଲି ଜଣାପଡିଛି ।
ଜଟିଆ ଦୁଇ ଜଣ ସାଙ୍ଗଙ୍କ ସହ କୌଣସି ଏକ କାମରେ ଭଞ୍ଜନଗର ଯାଉଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ହଠାତ୍ ୮ ଜଣ ଦୁର୍ବୃତ୍ତ ଏକ ସ୍କର୍ପିଓ ଗାଡିରେ ଆସି ତାଙ୍କୁ ଅଟକାଇ ଯାହା ଟଙ୍କା ଅଛି ଦେବାକୁ କହିଥିଲେ । ପରେ ହଠାତ ସେମାନେ ଆକ୍ରମଣ କରିଥିଲେ । ମାଡ଼ ଭୟରେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଦୌଡି ପଳାଇଥିବା ବେଳେ ଦୁର୍ବୃତ୍ତ ମାନେ ଜଟିଆଙ୍କୁ ପ୍ରବଳ ମାଡ ମାରିବା ସହ ବ୍ଲେଡରେ ଆକ୍ରମଣ କରିଥିଲେ । ପରେ ଦୁର୍ବୃତ୍ତମାନେ ବାଇକକୁ ମଧ୍ୟ ପୋଡି ଦେଇଥିଲେ । ଦଶପଲ୍ଲା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
You Can Read:
ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ, ପାଣିରେ ବୁଡ଼ି ଯାଉଥିବା ଯୁବକ ଉଦ୍ଧାର