ରାଜ୍ୟରେ ଖୁବ୍‌ଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ୍‌, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | March 16, 2025 IST

ଉମରକୋଟ ୧୬।୩: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ସକାଳୁଆ କରିବା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା କରାଯାଇ ସମ୍ଭାବ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ମନ୍ତ୍ରୀ କହିଛନ୍ତି ଯେ, ଦିନକୁ ଦିନ ତାତି ବଢ଼ୁଛି । ସରକାର ଏନେଇ ଅବଗତ ଅଛନ୍ତି । କେବେ ସକାଳୁଆ ସ୍କୁଲ୍ ହେବ ରାଜସ୍ବ ବିଭାଗ ସହ ଆଲୋଚନା କରାଯିବ । ଆଲୋଚନା ହେବା ପରେ ଏହା ଉପରେ ନିଶ୍ଚୟ ନିଷ୍ପତ୍ତି ନେବୁ ।

You Can Read: 

ହୋଲି ପାଳନ କରିବାକୁ କାହିଁ ବନ୍ଧୁକ ନେଇ ଯାଇଥିଲେ ଅଭିଯୁକ୍ତ ? ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଲେ ମୃତକଙ୍କ ସାନ ଭାଇ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.