କଟକ ୧୬।୩: କଟକ ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଥିବା ଏକ ଭଡାଘରେ ହତ୍ୟାକାଣ୍ଡ । ହୋଲି ପାଳନ ବେଳେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଥିଲା । ଗୁଳି ମାଡ଼ରେ ଜଗତସିଂପୁର ଅଞ୍ଚଳର ବିକାଶ ମହାନ୍ତିଙ୍କ ଘଟଣାସ୍ଥଳରେ ମତ୍ୟୁ ଘଟିଥିଲା । ଏହି ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବକଙ୍କୁ ଅଟକ ରଖିଛି ବୟାଳିଶ ମୌଜା ଥାନା ପୋଲିସ । ସେହିଭଳି କଟକ ଏସ୍ସିବିରେ ମୃତଦେହର ବ୍ୟବଚ୍ଛେଦ ଚାଲିଛି ।
ସୂଚନାଯୋଗ୍ୟ ଯେ, ବିକାଶ ଉକ୍ତ ଅଞ୍ଚଳରେ ଦୀର୍ଘ କିଛି ମାସ ହେବ ଭଡାରେ ରହୁଥିଲେ । ବିକାଶଙ୍କ ସହ କିଛି ଜଣ ମଧ୍ୟ ସେହି ଘରେ ରହୁଥିଲେ । ଶନିବାର ଦିନ ପ୍ରାୟ ୩ଟାରୁ ୪ଟା ମଧ୍ୟରେ ବିକାଶଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଥିଲା । ଅନ୍ୟପଟେ ଘଟଣାସ୍ଥଳରେ କଟକ ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ, ବୟାଳିଶ ମୌଜା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ହତ୍ୟାକାଣ୍ଡ ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
You Can Read:
ମାହାଙ୍ଗାରେ ପୁଣି ରାଜନୈତିକ ହିଂସା, ବିଜେପି ସମର୍ଥକଙ୍କୁ ଅଟକାଇ ମାଡ଼ ମାରିଲେ