ବାହାନଗା ଟ୍ରେନ୍ ଟ୍ରାଜେଡି: ଶୋକ ବ୍ୟକ୍ତ କଲେ ସୋନିଆ-ରାହୁଲ, ସହଯୋଗ ପାଇଁ କଂଗ୍ରେସ କର୍ମୀଙ୍କୁ ମଲ୍ଲିକାର୍ଜୁନଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | June 03, 2023 IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବାହାନଗା ଟ୍ରେନ ଟ୍ରାଜେଡି ଉପରେ ଶୋକ ବ୍ୟକ୍ତ କରିଛନ୍ତି । ଦୁର୍ଘଟଣାରେ ସେ ଅତ୍ୟନ୍ତ ଦୁଃଖୀ ଏବଂ ବ୍ୟଥିତ ଥିବା କହିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦାନ ଜଣାଇଛନ୍ତି ।

ସୋନିଆ ଗାନ୍ଧୀ ଏକ ବୟାନରେ କହିଛନ୍ତି, 'ଓଡ଼ିଶାରେ ଭୟାନକ ଟ୍ରେନ ଦୁର୍ଘଟଣାରେ ମୋତେ ଅଧିକ ଦୁଃଖ ଏବଂ ପୀଡି ହୋଇଛି । ମୁଁ ସମସ୍ତ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ନିଜର ଗଭୀର ସମବେଦନା ବ୍ୟକ୍ତ କରୁଛି' ।  

wp:html /wp:html

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଟ୍ୱିଟ୍ କରି ଭୟଙ୍କର ଟ୍ରେନ ଦୁର୍ଘଟଣା ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି । ଟ୍ୱିଟ୍ କରି କଂଗ୍ରେସ ଅଧ୍ୟକ୍ଷ ଲେଖିଛନ୍ତି, 'ଓଡ଼ିଶାରେ ହୋଇଥିବା ଭୟାନକ ଟ୍ରେନ ଦୁର୍ଘଟଣା କାରଣରୁ ଗମ୍ଭୀର ରାଷ୍ଟ୍ରୀୟ ବିପର୍ଯ୍ୟୟର ଏହି ମୁହୂର୍ତ୍ତରେ, ମୁଁ କଂଗ୍ରେସ ପାର୍ଟିର ପୂରା ସଂଗଠନକୁ ସବୁ ସମ୍ଭବ ଏବଂ ଆବଶ୍ୟକୀୟ ସାହାଯ୍ୟ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛି'।

wp:html /wp:html

ଅନ୍ୟପଟେ ରାହୁଲ ଗାନ୍ଧୀ ମଧ୍ୟ ଦୁର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାହୁଲ ଟ୍ୱିଟ୍ କରି ଲେଖିଛନ୍ତି, 'ଓଡ଼ିଶାର ବାଲେଶ୍ୱରରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ଖବରରେ ବ୍ୟଥିତ । ଆହତଙ୍କ ଶୀଘ୍ର ସୁସ୍ଥତା ନେଇ କାମନା କରୁଛି । ଉଦ୍ଧାର କାର୍ଯ୍ୟରେ ଆବଶ୍ୟକୀୟ ସହଯୋଗ ଯୋଗଗାଇବା ପାଇଁ ମୁଁ କଂଗ୍ରେସ ନେତା ଏବଂ କର୍ମୀଙ୍କୁ ଆଗ୍ରହ୍ୟ ପ୍ରକାଶ କରୁଛି'।

wp:html /wp:html

ଶୁକ୍ରବାର ସଂଧ୍ୟାରେ ବାହାନଗାରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ, ସାଲୀମାର-ଚେନ୍ନାଇ-ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ଏକ ମାଲଗାଡ଼ି ମଧ୍ୟ ଦୁର୍ଘଟଣା ଯୋଗୁଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ୧୦୦୦ରୁ ଅଧିକ ଆହତ ଚିକିତ୍ସିତ ହେଉଛନ୍ତି ।

READ ALSO: ବାହାନଗା ଟ୍ରେନ୍ ଟ୍ରାଜେଡି, ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.