ରାୟଗଡ଼ା ୪।୭: ଘରେ ଶୋଇଥିବା ବେଳେ କାନ୍ଥ ପଡି ମା’ ଓ ପୁଅ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ସଦର ବ୍ଲକ କାର୍ଲାକଣା ପଞ୍ଚୟତ ଗାଦବାଗୁଡା ଗ୍ରାମରେ । ରାତିରେ ମା’ ସବୀତା ବିଡିକା ଓ ୭ ବର୍ଷର ପୁଅ ଚନ୍ଦ୍ରଶେଖର ବିଡିକା ଶୋଇଥିବା ବେଳେ ବର୍ଷାରେ ସଂପୂର୍ଣ୍ଣ ଓଦା ହୋଇଯାଇଥିବା ମାଟି କାନ୍ଥ ପଡିଯାଇଥିଲା । ଫଳରେ କାନ୍ଥ ତଳେ ଉଭୟ ମା’-ପୁଅ ଚାପି ହୋଇଯାଇଥିଲେ । ଘଟଣା ପରେ ପଡୋଶୀ ଆସି ଦୁହିଁଙ୍କୁ ଉଦ୍ଧାର କରିଥିଲେ । ମା’ ସବୁତା ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅ ଚନ୍ଦ୍ରଶେଖରଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇଛି । ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସିଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ରାଜସ୍ବ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯୟକ୍ଷତିର ଆକଳନ କରିବା ସହ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
You Can Read: