ଦୁଇ ଝିଅଙ୍କ ସହ ଆତ୍ମହତ୍ୟା ଉଦ୍ୟମ କଲେ ମା’, ପାରିବାରିକ ଅଶାନ୍ତିରୁ ଏଭଳି ନିଷ୍ପତ୍ତି

Published By : Prameya-News7 Bureau | July 18, 2025 IST

NEWS UPDATE

ରାଉରକେଲା ୧୮୭: ପାରିବାରିକ କଳହର କରୁଣ ପରିଣତି । ଦୁଇ ଝିଅଙ୍କୁ ବିଷ ପିଆଇ ମା’ ପିଇଦେଲେ ବିଷ । ଦୁଇ ଝିଅଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ମା’ ଗୁରୁତର ହୋଇଥିଲେ । ରାଉରକେଲା ଲହୁଣୀପଡ଼ା ଥାନା କନ୍ଧ ବେରଣା ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ରାଉରକେଲା ଲହୁଣୀପଡ଼ା ଥାନା କନ୍ଧବେରଣା ଗାଁରେ ଦୁଇ ନାବାଳିକାଙ୍କୁ କୋଲ୍ଡଡ୍ରିଙ୍କ୍ସରେ କୀଟନାଶକ ମିଶାଇ ପିଇବାକୁ ଦେବା ପରେ ମା’ ନିଜେ ବିଷ ପିଇଦେଇଥିଲେ । ଗାଁ ଲୋକେ ଘଟଣା ଜାଣିବା ପରେ ତୁରନ୍ତ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯଦିଓ ଦୁଇ ନାବାଳିକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ନଥିଲା କିନ୍ତୁ ମା’ ଗୁରୁତର ଥିବାରୁ ତୁରନ୍ତ ୩ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ଭର୍ତ୍ତି କରାଯାଇଥିଲା ।

ଗାଁ ଲୋକେ କହିବା ଅନୁସାରେ ସ୍ବାମୀ ସନ୍ତୋଷ ମୁଣ୍ଡା ଲଗାତାର ଭାବରେ ମଦ୍ୟପାନ କରି ଘରେ ପାଟିତୁଣ୍ଡ କରିବା ସହ ସ୍ତ୍ରୀ ତାରିଣୀ ମୁଣ୍ଡାଙ୍କୁ ମାରପିଟ କରୁଥିଲେ । ମଦ୍ୟପ ସ୍ବାମୀଙ୍କ ପାଇଁ ପରିବାରରେ ଅଶାନ୍ତି ଲାଗି ରହୁଥିଲା । ଯାହାକୁ ନେଇ ସ୍ବାମୀ-ସ୍ତ୍ରୀ ଭିତରେ ସମ୍ପର୍କ ଆସିଥିଲା ତିକ୍ତତା । ଆଉ ଶେଷରେ ସ୍ତ୍ରୀ ନେଇଥିଲେ ଚରମ ପଦକ୍ଷେପ ।

You Can Read:

ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପାଇଁ ମାର୍ଗଦର୍ଶିକା, ଛାତ୍ରଛାତ୍ରୀଙ୍କୁ ନିଜ ପୁଅ-ଝିଅ ତଥା ଭାଇ-ଭଉଣୀ ଭଳି ବ୍ୟବହାର କରିବାକୁ ନିର୍ଦ୍ଦେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.