ହତ୍ୟା ମାମଲାରେ ସିନେମା ହିରୋ ଦର୍ଶନଙ୍କୁ ହାଇକୋର୍ଟଙ୍କ ଜାମିନ ପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | July 17, 2025 IST

internet

ନୂଆଦିଲ୍ଲୀ: ରେଣୁକାସ୍ୱାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିବା ନେଇ ସୁପ୍ରିମକୋର୍ଟ ଗୁରୁବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟ ସହ ସହମତ ନୁହେଁ ବୋଲି ଖଣ୍ଡପିଠ କହିଛନ୍ତି। 

ବିଚାରପତି ଜେ.ବି ପାର୍ଦିୱାଲା ଏବଂ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ। ଦର୍ଶନଙ୍କ ପକ୍ଷରୁ କପିଲ ଶିବଲ ପକ୍ଷ ରଖୁଥିଲେ। ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାରେ ହାଇକୋର୍ଟ ଯେଉଁ ବିଚାରଶକ୍ତି ଜାମିନ ଦେଇଛନ୍ତି ତାହା ଆଦୌ ବିଶ୍ୱାସଯୋଗ୍ୟ ହେଉ ନାହିଁ। ଏଥିରେ ହାଇକୋର୍ଟଙ୍କ ରାୟ ଉପରେ ଆମେ ସହମତ ନୋହୁଁ ବୋଲି ଦର୍ଶନଙ୍କ ଓକଲି କପିଲ ଶିବଲଙ୍କୁ କହିଛନ୍ତି ଖଣ୍ଡପୀଠ।

ଖଣ୍ଡପୀଠ ଆହୁରି କହିଛନ୍ତି “ଆପଣଙ୍କ ମହକିଲମାନେ ଜାମିନରେ ଥିବାରୁ ଆମେ ଆପଣଙ୍କ କଥା ଶୁଣିବୁ। କିନ୍ତୁ ହାଇକୋର୍ଟ କିପରି ନିର୍ଦ୍ଦେଶ ଦେଇଛନ୍ତି ତାହା ଆପଣ ନିଶ୍ଚିତ ଦେଖିଥିବେ।” ଶିବଲ ଯୁକ୍ତି ବାଢ଼ିଥିଲେ ଯେ, ହାଇକୋର୍ଟର ନିଷ୍ପତ୍ତିକୁ ପାଶ୍ୱରେ ରଖି ସର୍ବୋଚ୍ଚ ଅଦାଲତ ଧାରା ୧୬୧ ଏବଂ ୧୬୪ ବିବୃତ୍ତି ଏବଂ ପୋଲିସ ସମେତ ଦୁଇରୁ ତିନି ଜଣ ପ୍ରମୁଖ ସାକ୍ଷୀଙ୍କ ବୟାନ ଯାଞ୍ଚ କରିପାରିବେ। 

ତଥାପି, ଖଣ୍ଡପୀଠ କହିଥିଲେ " ଏହି ମାମଲାରେ କୋର୍ଟଙ୍କ ହସ୍ତକ୍ଷେପ କରିବାର କୌଣସି ଭଲ କାରଣ ନାହିଁ ବୋଲି ଆପଣଙ୍କୁ ଆମକୁ ବୁଝାଇବାକୁ ପଡିବ।" ଦଲିଲ ଶୁଣିବା ପରେ ଏହି ମାମଲାର ପୁନଃ ଶୁଣାଣି ମଙ୍ଗଳବାକୁ ଟାଳି ଦିଆଯାଇଛି। ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦର୍ଶନ ଏବଂ ଅନ୍ୟ ସହ-ଅଭିଯୁକ୍ତଙ୍କ ୧୩ ଡିସେମ୍ବର ୨୦୨୪ ରେ ଜାମିନ ପ୍ରଦାନ କରିଥିଲେ। ଏହା ବିରୁଦ୍ଧରେ କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି ଜାରି ରହିଛି। 

ଗତବର୍ଷ ଜୁନ ୮ ତାରିଖରେ ରେଣୁକା ସ୍ୱାମୀ ନାମକ ଜଣେ ୩୩ ବର୍ଷୀୟ ଅଟୋ ରିକ୍ସା ଚାଳକଙ୍କ ହତ୍ୟା କରାଯାଇଥିଲା। ଦିନକ ପରେ ତାଙ୍କର ମୃତଦେହ ମିଲିଥିଲା। ଏହି ମାମଲାରେ ଦକ୍ଷିଣୀ ଫିଲ୍ମ ଷ୍ଟାର ଦର୍ଶନଙ୍କ ସମେତ ତାଙ୍କର କିଛି ସହଯୋଗୀଙ୍କୁ ଜୁନ ୧୧ ତାରିଖରେ ଗିରଫ କରାଯାଇଥିଲା। ଏହି ମାମଲାରେ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଦର୍ଶନଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ୨୦୨୪ ଡିସେମ୍ବର ୧୩ ତାରିଖରେ ଜାମିନ ପ୍ରଦାନ କରିଥିଲେ। ଯାହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.